ଓଡିଶା

odisha

ETV Bharat / sitara

ଟିକା ନେବା ପରେ କୋରୋନା ଆକ୍ରାନ୍ତ ନଗମା - ନଗମା କୋରୋନା ସଂକ୍ରମିତ

ଗତ ବର୍ଷ ଅପେକ୍ଷା ଏବର୍ଷ କୋରୋନାର ତାଣ୍ଡବ ଅଧିକ ଦେଖିବାକୁ ମିଳୁଛି । ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ଆକ୍ରାନ୍ତ ହୋଇଛନ୍ତି ନଗମା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନଗମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନଗମା

By

Published : Apr 8, 2021, 1:17 PM IST

ମୁମ୍ବାଇ: ଟିକାର ପ୍ରଥମ ଡୋଜ ନେବା ପରେ ଅଭିନେତ୍ରୀ ତଥା ରାଜନେତ୍ରୀ ନଗମା କୋରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଅଭିନେତ୍ରୀ ଟ୍ବିଟ ଜରିଆରେ ନିଜ ପ୍ରଶଂସକଙ୍କୁ ଏହାର ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ ଜଣାଇଛନ୍ତି ଯେ ବର୍ତ୍ତମାନ ସେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।

ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ମୁଁ ଟିକାର ପ୍ରଥମ ଡୋଜ ନେବାର କିଛି ଦିନ ପରେ କୋରୋନା ସଂକ୍ରମିତ ହୋଇଛି । ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ଅଛି । ସମସ୍ତ ଦୟାକରି ନିଜ ନିଜର ଯତ୍ନ ନିଅନ୍ତୁ ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ । ସୁରକ୍ଷିତ ରୁହନ୍ତୁ ।’

ପ୍ରକାଶ ଥାଉକି ସେ ଗତ 2 ତାରିଖରେ ଟିକା ନେଇଥିଲେ । କେବଳ ନଗମା ନୁହଁନ୍ତି ଏଯାବତ ଅନେକ ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇସାରିଲେଣି । ଏହି କ୍ରମରେ ସାମିଲ ଅଛନ୍ତି, ଆମୀର ଖାନ, ରଣବୀର କପୁର, ଆଲିୟା ଭଟ୍ଟ, କ୍ୟାଟ୍ରିନା କୈଫ, ବିକ୍କୀ କୌଶଲ ଓ ଭୂମି ପେଡନେକର ଭଳି ସେଲିବ୍ରିଟି ।

ଆଜି ରାତି 7.30ରେ ଅଭିଷେକ ବଚ୍ଚନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଦ ବିଗ ବୁଲ୍ ହଷ୍ଟଷ୍ଟାରେ ରିଲିଜ ହେବ । କୋରୋନା ପାଇଁ ହଲରେ ରିଲିଜ ହେବନି ଫିଲ୍ମ...ଏହି କ୍ରାଇମ ଡ୍ରାମା ଫିଲ୍ମର କାହାଣୀ ଇଣ୍ଡିଆନ ଷ୍ଟକ ବ୍ରୋକର ହର୍ଷଦ ମେହତାଙ୍କ ଜୀବନ ଉପରେ ଆଧାରିତ

ABOUT THE AUTHOR

...view details