ହାଇଦ୍ରାବାଦ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଚଳଚ୍ଚିତ୍ର ନିର୍ମାତା ଦୀନେଶ ଭିଜନଙ୍କ ଆଗାମୀ ଚଳଚ୍ଚିତ୍ରରେ ଜଣେ ରାଜନେତାଙ୍କ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ଅଛନ୍ତି ।
ଦସବୀ ନାମକ ଚଳଚ୍ଚିତ୍ରରେ ଅଭିନେତା ଦଶମ ଫେଲ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିବେ ।
ଖବର ଅନୁଯାୟୀ, ଅଭିଷେକ ଆଗ୍ରାରେ ଫିଲ୍ମ ଦସବୀ ର ଶୁଟିଂ ଆରମ୍ଭ କରିବେ ।
ଚଳଚ୍ଚିତ୍ର ନିର୍ମାତା ତୁଷାର ଜାଲୋଟାଙ୍କ ଦ୍ବାରା ନିର୍ଦ୍ଦେଶିତ ଦସବୀ ହେଉଛି ଏକ ରାଜନୌତିକ କମେଡି-ଡ୍ରାମା ଫିଲ୍ମ । ଯାହା ଆଜିର ସମାଜରେ ଶିକ୍ଷାର ମହତ୍ତ୍ବ ବିଷୟରେ ବାର୍ତ୍ତା ଦିଆଯାଇଛି ।
ଫିଲ୍ମରେ ଅଭିଷେକଙ୍କୁ ଦଶମ ଫେଲ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ ।
ପ୍ରକାଶ ଥାଉ ଯେ, ଫିଲ୍ମ ଦସବୀ ରେ ଅଭିଷେକଙ୍କ ବ୍ୟତୀତ ୟାମି ଗୌତମ ଏବଂ ନିମ୍ରତ କୌରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।