ଓଡିଶା

odisha

By

Published : Mar 18, 2021, 3:00 PM IST

ETV Bharat / sitara

ଶୁକ୍ରବାର ଆସିବ ଅଭିଷେକଙ୍କ ‘ଦ ବିଗ ବୁଲ’ର ଦମଦାର ଟ୍ରେଲର

ଅଜୟଙ୍କ ପ୍ରଯୋଜିତ ଫିଲ୍ମ ‘ଦ ବିଗ ବୁଲ’କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ହେଲେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଫିଲ୍ମ ଟ୍ରେଲର ରିଲିଜ କରିବେ ମେକର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ଓ ଇଲିୟାନା ଡିକ୍ରୁଜଙ୍କ ଫିଲ୍ମ ‘ଦ ବିଗ ବୁଲ’ ଏପ୍ରିଲ 8ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ପ୍ରସ୍ତୁତ । ଏହାପୂର୍ବରୁ ଅଭିନେତା ତଥା ଫିଲ୍ମର ପ୍ରଯୋଜକ ଅଜୟ ଦେବଗନ ସୋସିଆଲ ମିଡିଆରେ ଏକ ନୂଆ ଘୋଷଣା କରିଛନ୍ତି । ଆଉ ସୂଚନା ଦେଇଛନ୍ତି ଯେ ଶୁକ୍ରବାର ଫିଲ୍ମର ଦମଦାର ଟ୍ରେଲର ରିଲିଜ ହେବ ।

ସେ ଟ୍ବିଟରରେ ଫିଲ୍ମର ଏକ ଭିଡିଓ କ୍ଲିପ ସେୟାର କରି ଲେଖିଛନ୍ତି, ‘କଲ ସେ ବଡା ସୋଚ । ଦ ବିଗ ବୁଲ ଏପ୍ରିଲ 8ରେ ରିଲିଜ ହେବ । ହେଲେ ଆସନ୍ତା କାଲି ଆସିବ ଟ୍ରେଲର ।’

ସେପଟେ ଅମିତାଭ ବଚ୍ଚନ ମଧ୍ୟ ସୋସିଆଲ ମିଡିଆରେ ପୁଅ ଅଭିଷେକଙ୍କ ଏହି ଫିଲ୍ମ ପାଇଁ ଖୁସି ପ୍ରକାଶ କରିଛନ୍ତି । ସେ ଟ୍ବିଟରେ ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମ ପାଇଁ ଶଭେଚ୍ଛା ଦେବାକୁ ଫ୍ୟାନ୍ସଙ୍କୁ କହିଛନ୍ତି ।

ପ୍ରକାଶ ଥାଉକି ପୂର୍ବରୁ ଫିଲ୍ମର ଟ୍ରେଲର ମାର୍ଚ୍ଚ 19ରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ ମେକର୍ସ । ହେଲେ ଫ୍ୟାନ୍ସଙ୍କ ଉତ୍ସାହିତ ଦେଖି ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିଲିଜ କରାଯିବ । କ୍ରାଇମ ଡ୍ରାମା ଫିଲ୍ମ ‘ଦ ବିଗ ବୁଲ’ର କାହାଣୀ ଇଣ୍ଡିଆନ ଷ୍ଟକ ବ୍ରୋକର ହର୍ଷଦ ମେହତାଙ୍କ କାହାଣୀକୁ ଉପରେ ଆଧାରିତ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ କୁକି ଗୁଲାଟି ତୁଲାଇଥିବା ବେଳେ ଆନନ୍ଦ ପଣ୍ଡିତ ଓ ଅଜୟ ଫିଲ୍ମର ପ୍ରଯୋଜନା କରିଛନ୍ତି।

ABOUT THE AUTHOR

...view details