ଓଡିଶା

odisha

By

Published : Apr 26, 2021, 7:12 AM IST

ETV Bharat / sitara

ଲୋକଙ୍କ ମୁହଁରେ ହସା ଫୁଟାଇଲେ ଅଭିଷେକ

ଭାଇରାଲ ହେଲା ଅଭିଷେକଙ୍କ ନୂଆ ଟ୍ବିଟ । ଏଥର ସେ ସମସ୍ତଙ୍କୁ ଭର୍ଚୁଆଲ ଆଲିଙ୍ଗନ ପଠାଇ ପ୍ରେମ ବାଣ୍ଟିବାକୁ କହିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଭାରତରେ କୋରୋନାର ତାଣ୍ଡବ । ଏହାର ଦ୍ବିତୀୟ ଲହରର ଆତଙ୍କ ଦିନକୁ ଦିନ ବଢିଚାଲିଛି । ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକ କୋରୋନା ସଂକ୍ରମିତ ହେଉଛନ୍ତି । କିଛି ରାଜ୍ୟରେ ଔଷଧର ଅଭାବ ଦେଖାଯାଉଛି ତ ଆଉ କିଛି ରାଜ୍ୟରେ ଅକ୍ସିଜେନ ଅଭାବ ଦେଖିବାକୁ ମିଳୁଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି, କିନ୍ତୁ ଏହି ସବୁ ପ୍ରୟାସ ଅନୁପଯୁକ୍ତ ବୋଲି ପ୍ରମାଣିତ ହେଉଛି। ଏଭଳି ପରିସ୍ଥିତିରେ ବି-ଟାଉନର ଜୁନିଅର ବଚ୍ଚନ ଅଭିଷେକ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଭର୍ଚୁଆଲ ଆଲିଙ୍ଗନ ପଠାଇଛନ୍ତି।

ସେ ରବିବାର ଏକ ଟ୍ବିଟ କରି ଲେଖିଥିଲେ, ‘ଏପରି ପରିସ୍ଥିତିରେ ପ୍ରେମ ଓ ସ୍ନେହ ବାଣ୍ଟିବାର ଆବଶ୍ୟକ ଅଛି । ସମସ୍ତଙ୍କୁ ମୋର ଭର୍ଚୁଆଲ ଆଲିଙ୍ଗନ । ପ୍ରେମ ବାଣ୍ଟନ୍ତୁ । ଏହି ସମୟରେ ଆମକୁ ଏହାର ଆବଶ୍ୟକ ଅଛି । ଆଉ ମାସ୍କ ନିହାତି ପିନ୍ଧନ୍ତୁ ।’

ଅଭିଷେକଙ୍କ ଟ୍ବିଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ କ୍ରମାଗତ ଚତୁର୍ଥ ଦିନରେ 3 ଲକ୍ଷରୁ ଅଧିକ କୋଭିଡ -19 ମାମଲା ଚିହ୍ନଟ ହେଉଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 3,49,691 କୋଭିଡ ମାମଲା ଏବଂ 2,767 ମୃତ୍ୟୁ ଘଟିଛି ।

ABOUT THE AUTHOR

...view details