ଓଡିଶା

odisha

ETV Bharat / sitara

ମା' ଜୟାଙ୍କ ସହ କେଉଁ ଫିଲ୍ମରେ ଅଭିନୟ କରିଥିଲେ ଅଭିଷେକ, ପଢନ୍ତୁ

ବଲିଉଡରେ 20 ବର୍ଷର ଯାତ୍ରା ଭିଡିଓ ସେୟାର କଲେ ଅଭିଷେକ ବଚ୍ଚନ । ମା'ଙ୍କ ସହ କାମ କରିଥିବା ଫିଲ୍ମ ବିଷୟରେ କଲେ ଖୁଲାସା ।

By

Published : Jun 13, 2020, 9:28 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ଆସନ୍ତା 30 ତାରିଖରେ ବଲିଉଡରେ 20 ବର୍ଷ ପୂରଣ କରିବାକୁ ଯାଉଛନ୍ତି ଜୁନିୟର ବଚ୍ଚନ ଅଭିଷେକ । 30 ତାରିଖ ହେବାକୁ ଆଉ କିଛି ଦିନ ବାକି ଅଛି । ହେଲେ ଏବେଠାରୁ ସେଲିବ୍ରେଶନ ମୁଡରେ ନଜର ଆସୁଛି ସେ । ଏହି ଅବସରରେ ସେ ଇନଷ୍ଟାଗ୍ରାମରେ ‘ରୋଡ ଟୁ 20’ ସିରିଜ ଆରମ୍ଭ କରିଛନ୍ତି । ଯେଉଁଥିରେ ସେ ନିଜ କ୍ୟାରିୟର ଯାତ୍ରାର ଭିଡିଓ ଜାରି କରିବାରେ ଲାଗିଛନ୍ତି ।

ଶୁକ୍ରବାର ଅଭିଷେକ ‘#RoadTo20’ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ନିଜ ମା' ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ ସହ ନିଜର ପ୍ରଥମ ଫିଲ୍ମ ‘ଦେଶ’କୁ ବିଷୟରେ ଆଲୋଚନା କରିଛନ୍ତି ।

ଏହି ଭିଡିଓ ଜରିଆରେ ସେ ଜଣାଇଛନ୍ତି ଯେ 2002ରେ କିପରି ସେ ମା' ଜୟାଙ୍କ ସହ ପ୍ରଥମଥର ଫିଲ୍ମ ପରଦାରେ ଅଭିନୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ସେ ବଙ୍ଗୀୟ ଫିଲ୍ମ ‘ଦେଶ’ରେ ମା'ଙ୍କ ସହ କାମ କରିଥିଲେ । ଫିଲ୍ମରେ ସେ ତାଙ୍କ ପୁଅ ଭୂମିକାରେ ହିଁ ଅଭିନୟ କରିଥିଲେ । ଯାହା ତାଙ୍କ ପାଇଁ ଶାନଦାର ଥିଲା ।

ରାଜା ସେନଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ଥିଲା ‘ଦେଶ’ । ସେହି ସମୟରେ ସେ କୋଲକାତାରେ ଏକ ଫଙ୍କସନରେ ଯୋଗ ଦେବାକୁ ପହଞ୍ଚିଥିଲେ । ଆଉ ମା' ତାଙ୍କୁ ଫୋନ କରି କହିଥିଲେ ତାଙ୍କୁ ସାକ୍ଷାତ କରିବା ପାଇଁ । ମା'ଙ୍କୁ ସାକ୍ଷାତ କଲାପରେ ତାଙ୍କୁ ଫିଲ୍ମରେ ପୁଅ ଭୂମିକାରେ ଅଭିନୟ କରିବାକୁ କୁହାଯାଇଥିଲା । ଏପରି ସୁଯୋଗକୁ ସେ ମନା କରିପାରିନଥିଲେ ବୋଲି ଜଣାଇଛନ୍ତି ଅଭିଷେକ । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details