ହାଇଦ୍ରାବାଦ:ଅଭିଷେକ ବଚ୍ଚନ (Abhishek Bachchan) ଆଜି ତାଙ୍କର 46 ତମ ଜନ୍ମଦିନ ପାଳନ କରୁଛନ୍ତି । 2000 ମସିହାରେ ଫିଲ୍ମ 'ରିଫ୍ୟୁଜି' ସହିତ ଅଭିଷେକ ବଚ୍ଚନ ତାଙ୍କର ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିଶେଷ କିଛି ଖାସ କରିପାରିଲା ନଥିଲା । ଯଦିଓ ଅଭିଷେକ ବଚ୍ଚନ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି, କିନ୍ତୁ ତଥାପି ତାଙ୍କର ପରିଚୟ ଅମିତାଭଙ୍କ ପୁଅ ଏବଂ ପରେ ଐଶ୍ବର୍ଯ୍ୟାଙ୍କ ସ୍ବାମୀ ।
ବାପାଙ୍କୁ ସାହାଯ୍ୟ କରିବା ପାଇଁ ଛାଡିଥିଲେ ଅଧ୍ୟୟନ
ଯେତେବେଳେ ଅଭିଷେକ ବଚ୍ଚନ ବୋଷ୍ଟନରେ ସ୍ନାତକ ପଢୁଥିଲେ ସେତେବେଳେ ଅମିତାଭ ବଚ୍ଚନ ABCL ଚଳାଉଥିଲେ। ABCL ସେହି ସମୟରେ ବହୁତ କ୍ଷତିରେ ଚାଲୁଥିଲା, ତେଣୁ ଅଭିଷେକ ସବୁକିଛି ଛାଡି ତାଙ୍କ ପିତାଙ୍କୁ ସପୋର୍ଟ କରିବାକୁ ମୁମ୍ବାଇ ଆସିଥିଲେ । ଅଭିଷେକ କ୍ୟାରିୟରର ପ୍ରଥମ ଦିନରେ ଏକ ପ୍ରଡକ୍ସନ୍ ବୟ ଭାବେ କାର୍ଯ୍ୟ କରିଥିଲେ । ଅଭିଷେକଙ୍କର ଅନେକ ଚଳଚ୍ଚିତ୍ର ତାଙ୍କ କ୍ୟାରିୟର ଆରମ୍ଭରେ ଫ୍ଲପ୍ ହୋଇଥିଲା । ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ତାଙ୍କୁ ଫିଲ୍ମ ନମିଳିବାରୁ LIC ଏଜେଣ୍ଟ କାମ କରିବାକୁ ମଧ୍ୟ ରାଜି ଥିଲେ ।
ଧୁମ୍ ପରେ ବଦଳିଗଲା ଭାଗ୍ୟ
ଅଭିଷେକଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଆସିଛି । ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ଫ୍ଲପ୍ ରହିଥିଲା । ଅବଶ୍ୟ, 2004 ମସିହାରେ ଅଭିଷେକ ବଚ୍ଚନ ଫିଲ୍ମ 'ଧୁମ'ରେ କାମ କରିଥିଲେ ଏବଂ ଫିଲ୍ମଟି ସୁପରହିଟ ବୋଲି ପ୍ରମାଣିତ ହୋଇଥିଲା। ଏହି ଚଳଚ୍ଚିତ୍ର ପରେ 'ବଣ୍ଟି ଔର ବବଲି', 'ୟୁବା', 'ବ୍ଲଫମାଷ୍ଟର', 'ଗୁରୁ' ଏବଂ 'ଦୋସ୍ତାନା' ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇ ପ୍ରମାଣ କରିଥିଲେ ସେ ବଲିଉଡର ସମ୍ରାଟ ଅମିତାଭ ବଚ୍ଚନଙ୍କ ପୁଅ।