ଓଡିଶା

odisha

By

Published : Dec 28, 2019, 11:37 PM IST

ETV Bharat / sitara

ଅଭିଷେକ ଓ ରାଜକୁମାରଙ୍କ ଯୋଡି, ପରଦାରେ ଖେଳିବେ ଲୁଡୋ

ସାମ୍ନାକୁ ଆସିଲା ଅନୁରାଗ ବାସୁଙ୍କ ଅପକମିଂ ଫିଲ୍ମ ‘ଲୁଡୋ’ର ନୂଆ ପୋଷ୍ଟର । ଆସନ୍ତା ବର୍ଷ ଏପ୍ରିଲ 24ରେ ରିଲିଜ ହେବ ଫିଲ୍ମ । ଯାହାର ଘୋଷଣା କଲେ ଷ୍ଟାରକାଷ୍ଟ ।

abhishek bachchan and rajkummar rao
ଡିଜାଇନ ଫଟୋ

ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମ ‘ଲୁଡୋ’କୁ ନେଇ ଖୁବ୍ ଚର୍ଚ୍ଚା । ଫିଲ୍ମକୁ ନେଇ ନୂଆ ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି । ପ୍ରଥମଥର ଦର୍ଶକ ରାଜକୁମାର ରାଓଙ୍କ ସହ ଜୁନିୟର ବଚ୍ଚନଙ୍କୁ ଦେଖିବାକୁ ଯାଉଛନ୍ତି । ‘ଲୁଡୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ଅଭିଷେକ ବଚ୍ଚନ, ରାଜକୁମାର, ସନୟା ମଲହୋତ୍ରା, ଫତିମା ସନା ସେଖ, ଆଦିତ୍ୟ ରୟ କପୁର, ପଙ୍କଜ ତ୍ରିପାଠୀ, ରୋହିତ ସରାଫ ଓ ଆଶା ନେଗୀ ।

ଫଟୋ ସୌଜନ୍ୟ: ଟ୍ବିଟର@ଅଭିଷେକ ବଚ୍ଚନ

‘ଲୁଡୋ’ ଫିଲ୍ମକୁ ଆସନ୍ତା ବର୍ଷ ଏପ୍ରିଲରେ 24ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଯାହାର ନୂଆ ପୋଷ୍ଟର ଜାରି କରାଯାଇଛି । ଅନୁରାଗ, ଅଭିଷେକ ଓ ରାଜକୁମାର ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଏହାର ଘୋଷଣା କରିଛନ୍ତି ।

ପୋଷ୍ଟରକୁ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି, ‘ଆସନ୍ତୁ ହ୍ୟାସଟ୍ୟାଗଲୁଡୋ ଖେଳିବା । 2020 ଏପ୍ରିଲ 24 ତାରିଖରେ ସିନେମା ଘରେ ।’ ପ୍ରକାଶ ଥାଉକି ବାସୁ ଶେଷଥର ଫିଲ୍ମ ‘ଜଗ୍ଗା ଜାସୁସ’ ନିର୍ମାଣ କରିଥିଲେ । ଯାହା 2017ରେ ରିଲିଜ ହୋଇଥିଲା । ଫିଲ୍ମରେ ରଣବୀର କପୁର ଓ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି କିନ୍ତୁ ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲେ ।

ABOUT THE AUTHOR

...view details