ମୁମ୍ବାଇ: ଗୁରୁବାର ଦିନ ଅନଲାଇନ୍ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଅଭିଷେକ ବଚ୍ଚନଙ୍କ ଡେବ୍ୟୁ ୱେବ୍ ସିରିଜ୍ 'ବ୍ରିଦ ଇନଟୁ ଦ ସ୍ୟାଡୋ'ର ଫାଷ୍ଟ ଲୁକ ପୋଷ୍ଟର ସେୟାର କରିଛନ୍ତି ।
ଏହି ପୋଷ୍ଟରରେ ବଣ୍ଟି ଅର ବବଲି ଅଭିନେତା ଏକ ଅନ୍ଧାର କୋଠରୀରେ ଚେୟାରରେ ଏକ କାଗଜ ଧରି ବସିଥିବାର ଦେଖିବାକୁ ମିଳିଛି । ଅଭିଷେକ ଧରିଥିବା କାଗଜରେ ଏକ ବ୍ୟକ୍ତିଙ୍କ ଫଟୋ ସହ ତାହା ଉପରେ 'ନିଖୋଜ' ଲେଖା ଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଏହି ପୋଷ୍ଚରେ ଲେଖାଯାଇଥିଲା, ଏ ଫାଦରର୍ସ ଲଭ କ୍ୟାନ ସେଭ ଏ ଲାଇଭ... ଅର ଟେକ ଓ୍ବାନ ।