ଓଡିଶା

odisha

ETV Bharat / sitara

ଅକ୍ଷୟଙ୍କ 'ସୂର୍ଯ୍ୟବଂଶୀ'ରେ ଏଣ୍ଟ୍ରି କଲେ ଭିଲେନ

ଅଭିମନ୍ୟୁ ଖୁବ୍ ଶୀଘ୍ର ଅକ୍ଷୟଙ୍କ ଆଗାୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ରେ ଭିଲେନ ଭୂମିକାରେ ନଜର ଆସିବେ ଅଭିମନ୍ୟୁ ।

By

Published : May 13, 2019, 10:53 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଫ୍ୟାନ କ୍ଲବ

ମୁମ୍ବାଇ: ଆକ୍ସନ ନିର୍ମାତା ରୋହିତ ସେଟ୍ଟୀ ଏଥର ଆକ୍ସନ ହିରୋ ଅକ୍ଷୟ କୁମାରଙ୍କୁ ନେଇ ପରଦାକୁ ଫେରିବାକୁ ଯାଉଛନ୍ତି । ଆକ୍ସନର ଜବରଦସ୍ତ ତଡକା ଦେଖିବାକୁ ମିଳିବ ରୋହିତଙ୍କ ଅପକମିଂ ଫିଲ୍ମ 'ସୂର୍ଯ୍ୟବଂଶୀ'ରେ । ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ଫିଲ୍ମରେ ଅକ୍ଷୟଙ୍କ ସହ ଫାଇଟ କରୁଥିବାର ନଜର ଆସିବେ ବି-ଟାଉନର ଖଳନାୟକ ଅଭିମ୍ୟୁନ ସିଂହ ।

ଏହି ଅବସରରେ ଅଭିମନ୍ୟୁ କହିଛନ୍ତି କି ରୋହିତ ସାରଙ୍କୁ 2017ରେ ଆସିଥିବା ତାମିଲ ଫିଲ୍ମ 'ଥୀରନ'ରେ ତାଙ୍କ ଅଭିନୟ ଖୁବ୍ ପସନ୍ଦ ଆସିଛି । ଏହାସହ ତାଙ୍କୁ ଲାଗୁଛି ଯେ 'ସୂର୍ଯ୍ୟବଂଶୀ'ରେ ଭିଲେନ ରୋଲ ପାଇଁ ସେ ଫିଟ୍ ମଧ୍ୟ ।

ଏହା ଏକ ଇଣ୍ଟ୍ରେଷ୍ଟିଂ ରୋଲ ଯାହା ଅପ୍ରତ୍ୟାଶିତ । ଅକ୍ଷୟ ସାରଙ୍କ ସହ ଦ୍ବିତୀୟ ଥର କାମ କରୁଛି । ଅକ୍ଷୟ ଓ ରୋହିତ ସାରଙ୍କ ସହ ସୁଟିଂ କରି ଏପରି ଲାଗୁଛି ଯେମିତି ମୁଁ ଦୁଇଜଣଙ୍କୁ ଅନେକ ବର୍ଷରୁ ଜାଣିଛି ବୋଲି କହିଛନ୍ତି ଅଭିମନ୍ୟୁ ।

ଫିଲ୍ମରେ ମୁଖ୍ୟ ଭୂମିକାରେ ଅକ୍ଷୟ ଓ କ୍ୟାଟ୍ରିନା କୈଫଙ୍କ ଯୋଡି ପୁଣି ଦେଖିବାକୁ ପାଇବେ ଦର୍ଶକ ।

ABOUT THE AUTHOR

...view details