ମୁମ୍ବାଇ: ବର୍ତ୍ତମାନ ନ୍ୟୁୟର୍କ କୋରୋନା ଭାଇରସ ମହାମାରୀ ସହିତ ଲଢୁଥିବାବେଳେ ଅଭିନେତା ଅଭୟ ଦେଓଲ ନ୍ୟୁୟର୍କ ସହରରେ ବିତାଇଥିବା ଭଲ ଦିନଗୁଡ଼ିକୁ ମନେ ପକାଇଛନ୍ତି ।
ଅଭୟ ଦେଓଲ ଶନିବାର ଦିନ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, "ଯେତେବେଳେ ମୁଁ 11 ବର୍ଷ ପୂର୍ବେ ନ୍ୟୁୟର୍କରେ ରହୁଥିଲି ସେତେବେଳେ ମୋର ବନ୍ଧୁ ଏହି ଫଟୋ ଉଠାଇଥିଲେ ।
ନ୍ୟୁୟର୍କରେ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଲେ ଅଭୟ ଦେଓଲ ଏହି ଫଟୋ ଏକ ସ୍ମୃତି ଯାହା ନ୍ୟୁୟର୍କ ବିଷୟରେ ମତେ ମନେପକାଉଛି ।
2009 ରେ ଅଭୟ ଦେଓଲ ନ୍ୟୁୟର୍କ ଯାଇଥିଲେ । ଯେଉଁଠାରେ ସେ ପାଠପଢୁଥିଲେ । ଅଭୟ ଦେଓଲ କହିଛନ୍ତି ଯେ, ମୁଁ ନ୍ୟୁୟର୍କକୁ ମୋର ଦ୍ୱିତୀୟ ଘର ଭାବେ, କାରଣ ଏହା ଏକ ସହର ଯାହା ମୋତେ ସବୁବେଳେ ଆକର୍ଷିତ କରେ ଏବଂ ମତେ ଭଲ ଲାଗେ । ଯେଉଁଠାରେ ମୁଁ ଏହି ସହରରୁ କେବଳ ଜଣେ ଅଭିନେତା ଭାବରେ ନୁହେଁ ବରଂ ଭଲ ମଣିଷ ଭାବରେ ନିଜକୁ ପରିଚିତ କରିଥିଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ