ଓଡିଶା

odisha

ETV Bharat / sitara

ଆୟୁଷ ବନିବେ ଗ୍ୟାଙ୍ଗଷ୍ଟାର, କରୁଛନ୍ତି କଠିନ ପରିଶ୍ରମ - ଆୟୁଷ ଶର୍ମାଙ୍କ ଅପକମିଂ ଫିଲ୍ମ କ୍ବାଥା

‘ଲଭଯାତ୍ରୀ’ ଅଭିନେତା ଆୟୁଷ ଶର୍ମା ଖୁବଶୀଘ୍ର ନିଜ ଦ୍ବିତୀୟ ଫିଲ୍ମ ‘କ୍ବାଥା’ରେ ପରଦାରେ ନଜର ଆସିବେ । ଏହାବ୍ୟତୀତ ତାଙ୍କୁ ଆଉ ଏକ ଫିଲ୍ମର ଅଫର ମିଳିଛି। ଯାହାପାଇଁ ସେ ବର୍ତ୍ତମାନ ଫିଜିକ ଉପରେ କାମ କରୁଛନ୍ତି।

aayush sharma
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ଅୟୁଷ ଶର୍ମା

By

Published : Feb 29, 2020, 7:05 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କୁ ବଲିଉଡର ଗଡଫାଦର କୁହାଯାଏ । କାରଣ ସେ ଅନେକ ନ୍ୟୁକମର୍ସଙ୍କୁ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେଇସାରିଲେଣି। ଏହି କ୍ରମରେ ତାଙ୍କ ଭିଣୋଇ ତଥା ‘ଲଭଯାତ୍ରୀ’ ଅଭିନେତା ଆୟୁଷ ଶର୍ମା ସାମିଲ ଅଛନ୍ତି । ତାଙ୍କୁ ସଲମାନ ‘ଲଭଯାତ୍ରୀ’ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ଅୟୁଷ ଶର୍ମା

ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା । ଏହାପରଠୁ ଆୟୁଷ ଏଯାବତ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି। ହେଲେ ସେ ଖୁବଶୀଘ୍ର ପରଦାରେ ନଜର ଆସିବାକୁ ଯାଉଛନ୍ତି। ସେ ଫିଲ୍ମ ‘କ୍ବାଥା’ର ସୁଟିଂରେ ବର୍ତ୍ତମାନ ଖୁବ୍ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଆର୍ମି ଅଫିସର ରୂପେ ନଜର ଆସିବେ। ଏହି ଫିଲ୍ମ ପୂର୍ବରୁ ତାଙ୍କ ଆଗାମୀ ଫିଲ୍ମକୁ ନେଇ ହିଣ୍ଟ ମିଳିଯାଇଛି।

ପ୍ରକାଶ ଥାଉକି ‘କ୍ବାଥା’ ବ୍ୟତୀତ ଆୟୁଷ ଆଉ ଏକ ଫିଲ୍ମର ଅଫର ମିଳିଛି। ଯେଉଁଥିରେ ତାଙ୍କ ଭୂମିକା ଜଣେ ଜାଟ ଗ୍ୟାଙ୍ଗଷ୍ଟାରର ହେବ। ଏହି ଫିଲ୍ମ ପାଇଁ ସେ ଦୀର୍ଘ ସମୟରୁ ନିଜ ଫିଜିକ ଉପରେ ପରିଶ୍ରମ କରିଆସୁଛନ୍ତି। ଯାହାର ସୂଚନା ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି। ନିଜ 8 ପ୍ୟାକ୍ସ ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଫଟୋରେ ଆପଣ ତାଙ୍କ ମସ୍କୁଲାର ଫିଜିକ ଓ ଟୋନଣ୍ଡ ବଡି ଦେଖିପାରିବେ।

ABOUT THE AUTHOR

...view details