ନୂଆଦିଲ୍ଲୀ: ବଲିଉଡ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ସୋମବାର ନିଜର ନବମ ଜନ୍ମଦିନ ପାଳନ କରିବେ । କିନ୍ତୁ କୋରୋନା କାରଣରୁ ଦମ୍ପତି ଝିଅର ଜନ୍ମଦିନ ପାର୍ଟିକୁ ପ୍ରାଇଭେଟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ବଚ୍ଚନ ପରିବାର ଲାଡଲିଙ୍କୁ 9 ବର୍ଷ, ହେବନି ଗ୍ରାଣ୍ଡ ପାର୍ଟି ! - ଲାଡଲିଙ୍କ 9ତମ ଜନ୍ମଦିନରେ ହେବନି ଗ୍ରାଣ୍ଡ ପାର୍ଟି
ବଲିଉଡ ଦମ୍ପତି ଅଭିଷେକ ଏବଂ ଐଶ୍ବର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କୁ ସୋମବାର 9 ବର୍ଷ ପୂରଣ ହେବ । କିନ୍ତୁ କୋରୋନା କାରଣରୁ ଦମ୍ପତି ଝିଅର ଜନ୍ମଦିନ ପାର୍ଟିକୁ ପ୍ରାଇଭେଟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...
ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟି ଏକ ଛୋଟ ଆକାରରେ ହେବ । ମହାମାରୀ ପରିସ୍ଥିତିରେ କୌଣସି ପ୍ରକାରର ଗ୍ରାଣ୍ଡ ପାର୍ଟି ଆୟୋଜନ କରିବା ସମ୍ଭବ ନୁହେଁ । ଏହି ପାର୍ଟିରେ କେବଳ ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ । ଝିଅର ଜନ୍ମଦିନରେ କେକ୍ କାଟିବାକୁ ଷ୍ଟାର୍ କପଲ ଯୋଜନା କରିଛନ୍ତି ।
ଏହାପୂର୍ବରୁ ଅଭିଷେକ ଏବଂ ଐଶ୍ବର୍ଯ୍ୟା ଆରାଧ୍ୟାଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିଆସୁଥିଲେ । ପ୍ରକାଶ ଥାଉ କି, ଆରାଧ୍ୟା ହେଉଛନ୍ତି ବଚ୍ଚନ ପରିବାରର ଲାଡଲି । 2007 ରେ ଅଭିଷେକ ଏବଂ ଐଶ୍ବର୍ଯ୍ୟା ବିବାହ କରିଥିଲେ । 2011 ରେ ଆରାଧ୍ୟା ଜନ୍ମଗ୍ରହଣ କରିଥିଲେ । ସବୁଠାରୁ ଲୋକପ୍ରିୟ ଷ୍ଟାର କିଡମାନଙ୍କ ମଧ୍ୟରେ ଆରାଧ୍ୟା ଅନ୍ୟତମ ।