ଓଡିଶା

odisha

ETV Bharat / sitara

କିଛି ଏମିତି ଥିଲା ମୋଦିଙ୍କ ସହ ବଲିଉଡ ଷ୍ଟାର୍ସଙ୍କ ମୁହୂର୍ତ୍ତ... - ସିନେ ଜଗତର ନାମୀଦାମୀ

ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶନିବାର କଳା ଏବଂ ସିନେ ଜଗତର ନାମୀଦାମୀ ହସ୍ତିଙ୍କ ସହ ସାକ୍ଷାତ କରିଥିଲେ । ଯାହାକୁ ନେଇ ନିଜର ମତ ରଖିଛନ୍ତି ସେଲିବ୍ରେଟି....

କିଛି ଏମିତି ଥିଲା ମୋଦିଙ୍କ ସହ ବଲିଉଡ ଷ୍ଟାରଙ୍କ ମୁହୂର୍ତ୍ତ...

By

Published : Oct 20, 2019, 9:56 AM IST

ମୁମ୍ବାଇ: ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶନିବାର କଳା ଏବଂ ସିନେ ଜଗତର ନାମୀଦାମୀ କଳାକାରଙ୍କ ସହ ସାକ୍ଷାତ କରିଥିଲେ ।

ଏହି କାର୍ଯ୍ୟକ୍ରମର ଆୟୋଜନ ପିଏମଙ୍କ ବାସଭବନରେ ହୋଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଶାହାରୁଖ ଖାନ୍, ଆମିର ଖାନ୍, କଙ୍ଗନା ରଣାୱତ. ଏକତା କପୁର, ରାଜକୁମାର ହିରାନୀ, ବୋନି କପୁର, ଇମ୍‌ତିଆଜ ଅଲ୍ଲି, ଅନୁରାଗ ବସୁ, ସୋମନ କପରୁଙ୍କ ସମେତ ଅନେକ ବଡବଡ କଳାକାର । ତେବେ ଏହି ଆୟୋଜନରେ ଏକ ସୁନ୍ଦର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏଥିରେ ଶାହାରୁଖ ଏବଂ ଆମୀର ମୋଦିଙ୍କ ସହ ସେଲ୍‌ଫି ନେଉଥିବାର ନଜର ଆସିଥିଲେ ।

କିଛି ଏମିତି ଥିଲା ମୋଦିଙ୍କ ସହ ବଲିଉଡ ଷ୍ଟାରଙ୍କ ମୁହୂର୍ତ୍ତ...

ଏହି ଫଟୋଟିକୁ ମୋଦି ନିଜ ଟ୍ୟୁଟର ହ୍ୟାଣ୍ଡେଲରେ ଶେୟାର କରିବା ସହ ଲେଖିଥିଲେ, ଆମର ଫିଲ୍ମ ଏବଂ ମନୋରଞ୍ଜନ ଇଣ୍ଡଷ୍ଟ୍ରି ବିବିଧ ଏବଂ ଜୀବନ୍ତ ଅଟେ । ଅନ୍ତରାଷ୍ଟ୍ରୀୟସ୍ତରରେ ଏହାର ପ୍ରଭାବ ଖୁବ୍ ଗଭୀର । ଆମ ସମାଜକୁ ଯୋଡିବାରେ ଫିଲ୍ମ, ସଙ୍ଗୀତ ଏବଂ ନୃତ୍ୟ ଏକ ଉତ୍ତମ ମାଧ୍ୟମ ।

କିଛି ଏମିତି ଥିଲା ମୋଦିଙ୍କ ସହ ବଲିଉଡ ଷ୍ଟାରଙ୍କ ମୁହୂର୍ତ୍ତ...

ଏହା ବ୍ୟତୀତ ଶାହାରୁଖ ମଧ୍ୟ ନିଜ ଟ୍ୟୁଟର ହ୍ୟାଣ୍ଡେଲରେ ଫଟୋ ଶେୟାର କରିଲେଖିଥିଲେ, 'ଧନ୍ୟବାଦ ନରେନ୍ଦ୍ର ମୋଦୀ ଜୀ ଆମକୁ ହୋଷ୍ଟ କରିବା ପାଇଁ ଏବଂ ଖୋଲା ଖୋଲି ଆଲୋଚନା କରିବା ପାଇଁ ।' ଏଥିରେ ଆମୀର ଲେଖିଥିଲେ, 'ମହାତ୍ମା ଗାନ୍ଧୀଙ୍କ ବିଚାରକୁ ପ୍ରଚାର କରିବା ପାଇଁ ପିଏମଙ୍କ ଏହି ଚେଷ୍ଟାକୁ ମୁଁ ସ୍ବାଗତ କରୁଛି । ଯେହେତୁ ଆମେ ସିନେମାଜଗତର ଅଂଶ ତେଣୁ ଏହାକୁ ପାଥେୟ କରି ଆମେ ଅନେକ କିଛି କରିପାରିବୁ । ମୁଁ ମୋଦୀ ଜୀଙ୍କୁ ଏହା ଭରସା ଦେଉଛି, ଆମେ ଏହି ଦେଶ ପାଇଁ ନିଶ୍ଚୟ କିଛି କରିବା ପାଇଁ ପ୍ରୟାସ କରିବୁ' ।

କିଛି ଏମିତି ଥିଲା ମୋଦିଙ୍କ ସହ ବଲିଉଡ ଷ୍ଟାରଙ୍କ ମୁହୂର୍ତ୍ତ...

ଫିଲ୍ମମେକର ଏକତା କପୁର କହିଥିଲେ, 'ପ୍ରଥମ ଥର ଏହା ଲାଗୁଛି ଯେ, ଆମଠାରୁ ଅଧିକ ମଧ୍ୟ ଜଣେ ଆମ ଇଣ୍ଡଷ୍ଟ୍ରିକୁ ଜାଣିଛି । ଆମ ଶକ୍ତିକୁ କିଏ ଜାଣିଛି ଏବଂ ଆମକୁ ପ୍ରୋତ୍ସାହନ ଯୋଗାଉଛି । ଆମେ ମଧ୍ୟ ଏ ଦେଶର ବିକାଶରେ ଭାଗୀଦାର ହେବୁ '।

କିଛି ଏମିତି ଥିଲା ମୋଦିଙ୍କ ସହ ବଲିଉଡ ଷ୍ଟାରଙ୍କ ମୁହୂର୍ତ୍ତ...

ଏଠାରେ ସୂଚନାଯୋଗ୍ୟ, ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଇଟିଭି ଭାରତ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଏହି ସ୍ବତନ୍ତ୍ର ଭିଡିଓ । ରାମୋଜୀ ଗ୍ରୁପର ଚେୟାରମ୍ୟାନ ରାମୋଜୀ ରାଓ ଇଟିଭି ଭାରତ ଦ୍ବାରା ପ୍ରସ୍ତୁତ ବାପୁଙ୍କ ପ୍ରିୟ ଭଜନର ମ୍ୟୁଜିକାଲ ଭିଡିଓକୁ 150ତମ ଜୟନ୍ତୀରେ ଲଞ୍ଚ କରିଥିଲେ । ଯାହାକୁ 7 ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କିଛି ଏମିତି ଥିଲା ମୋଦିଙ୍କ ସହ ବଲିଉଡ ଷ୍ଟାରଙ୍କ ମୁହୂର୍ତ୍ତ...

ABOUT THE AUTHOR

...view details