ଓଡିଶା

odisha

ETV Bharat / sitara

ଘର ମୁହାଁ ହେଲେ ଆମୀର

ବର୍ତମାନ 'ଲାଲ ସିଂହ ଚଡ୍ଡା'ର ସୁଟିଂରେ ବ୍ୟସ୍ତ ଅଛନ୍ତି ଆମୀର ଖାନ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ, ସେ ନିଜ ପୁରୁଣା ଘରକୁ ପାଖାପାଖି 6 ବର୍ଷ ପରେ ଫେରିବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଆମୀର ଖାନ

By

Published : Jun 1, 2019, 4:13 AM IST

ମୁମ୍ବାଇ: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଦୀର୍ଘ ସମୟରୁ ମୁମ୍ବାଇର କାର୍ଟର ରୋଡସ୍ଥିତ ଘରେ ରହିଆସୁଛନ୍ତି । କିନ୍ତୁ 6 ବର୍ଷ ପରେ ସେ ନିଜ ଘକକୁ ଫେରିବାର ନିଷ୍ପତ୍ତି ନେଇଛନ୍ତି । ଜଣାଇ ଦେଉଛୁ ଯେ ଆମୀର କାର୍ଟର ରୋଡରେ ଥିବା ଆପାର୍ଟମେଣ୍ଟର ଦୁଇଟି ଫ୍ଲୋର ଭଡାରେ ନେଇଥିଲେ ।

ଯାହାର ଲିଜ ଏବେ ଶେଷ ହେବାକୁ ଯାଉଛି । ଏହାକୁ ରିନ୍ୟୁ କରିବା ପରିବର୍ତ୍ତେ ସେ ନିଜ ପୁରୁଣା ଘରକୁ ଫେରିବାର ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ସେ ପତ୍ନୀ କିରନ ରାଓ ଏବଂ ପୁଅ ସହ ନିଜ ପୁରୁଣା ଘରେ ବସବାସ କରିବେ । ତାଙ୍କ ପୁରୁଣା ଘର ପାଲି ହିଲ ଏରିୟାରେ ଅବସ୍ଥିତ ମରୀନା ଆପାର୍ଟମେଣ୍ଟରେ । ଅନ୍ୟପଟେ ଆମୀରଙ୍କୁ ମଧ୍ୟ ନିଜ ପୁରୁଣା ଘର ଖୁବ୍ ପସନ୍ଦ । ଦୀର୍ଘସମୟରୁ କିରନ ଘରର ଖାସ୍ ଯତ୍ନ ନେଇଆସୁଛନ୍ତି । ଏହାସହ ସେ ଏହି କଥାର ମଧ୍ୟ ଖୁବ୍ ଧ୍ୟାନ ଦେଇଛନ୍ତି ଯେ ତାଙ୍କ ଘରର ଥିମ ଯେପରି ପ୍ରାକୃତିକ ପରିବେଶ ଦ୍ବାରା ପ୍ରଭାବିତ ହୋଇଥିବ ।

ଯଦି ଆମୀରଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବ୍ଶୀଘ୍ର 'ଲାଲ ସିଂହ ଚଡ୍ଡା'ରେ ନଜର ଆସିବେ । ତାଙ୍କର ଏହି ଫିଲ୍ମ ହଲିଉଡ ଫିଲ୍ମ 'ଫରେଷ୍ଟ ଗମ୍ପ'ର ରିମେକ ଫିଲ୍ମ । 'ଫରେଷ୍ଟ ଗମ୍ପ' ଏକ କମେଡି ଡ୍ରାମା ଫିଲ୍ମ । 'ଲାଲ ସିଂହ ଚଡ୍ଡା'ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଅଦ୍ଦଭିତ ଚନ୍ଦନ (Advait Chandan) ।

For All Latest Updates

ABOUT THE AUTHOR

...view details