ଓଡିଶା

odisha

ETV Bharat / sitara

‘ଗୁଡନ୍ୟୁଜ’ ପ୍ରଶଂସାରେ ଆମୀର

ଚର୍ଚ୍ଚାରେ ଅକ୍ଷୟଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଡନ୍ୟୁଜ’ । ନିକଟରେ ରିଲିଜ ହୋଇଯାଇଛି ଫିଲ୍ମର ମଜାଦାର ଟ୍ରେଲର । ଦର୍ଶକଙ୍କ ବ୍ୟତୀତ ଫେମସ ଆକ୍ଟର ଆମୀର ଖାନଙ୍କ ମନ କିଣିବାରେ ସଫଳ ହୋଇଛି ଫିଲ୍ମର ଏହି ଟ୍ରେଲର।

By

Published : Nov 21, 2019, 8:55 PM IST

ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ଖିଲାଡି ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାର କମେଡି ଫିଲ୍ମ ଗୁଡନ୍ୟୁଜର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଏହି ଟ୍ରେଲରକୁ ଦର୍ଶକଙ୍କଠୁ ନେଇ ଫିଲ୍ମ କ୍ରିଟିକ୍ସଙ୍କର ମଧ୍ୟ ଶାନଦାର ପ୍ରତିକ୍ରିୟା ମିଳିଥିଲା । ଆଉ ଏବେ ବି-ଟାଉନର ମିଷ୍ଟର ପରଫେକ୍ସିନିଷ୍ଟ ଆମୀର ଖାନ ‘ଗୁ଼ଡନ୍ୟୁଜ’ ଟ୍ରେଲର ଦେଖି ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଆମୀର ଖାନ

ଏହି ହିଲେରିୟସ ଟ୍ରେଲର ଦେଖିବା ପରେ ଆମୀର ଏକ ଟ୍ବିଟରେ ଲେଖିଛନ୍ତି, ‘ଶାନଦାର ହୋଇଛି ଫିଲ୍ମର ଟ୍ରେଲର । ଏହାକୁ ଦେଖିବା ପରେ ମୁଁ ମୋ ହସ ରୋକିପାରିନଥିଲି । ମତେ ଏହି ଟ୍ରେଲର ବହୁତ ପସନ୍ଦ ଆସିଛି ।’ ଏହାସହ ସେ ଟ୍ବିଟରେ ଟ୍ରେଲରର ଲିଙ୍କ ମଧ୍ୟ ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ଅନ୍ୟପଟେ ଆମୀରଙ୍କ ଠାରୁ ନିଜ ଫିଲ୍ମର ପ୍ରଶଂସା ଶୁଣି ଅକ୍ଷୟ ମଧ୍ୟ ନିଜକୁ ରୋକି ପାରିନଥିଲେ । ସେ ସଙ୍ଗେସଙ୍ଗେ ଟ୍ବିଟ କରି ତାଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ ଲେଖିଛନ୍ତି, ‘ଧନ୍ୟବାଦ ଆମୀର, ମୁଁ ବହୁତ ଖୁସି କି ମୁଁ ତୁମକୁ ହସାଇ ପାରିଛି ।’

ପ୍ରକାଶ ଥାଉକି ‘ଗୁଡନ୍ୟୁଜ’ ଆସନ୍ତା ମାସ 27 ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ଅକ୍ଷୟଙ୍କ ସହ କରୀନା କପୁର ଖାନ, ଦିଲଜିତ ଦୋସାଞ୍ଝ ଓ କିୟାରା ଆଡଭାନୀ ମୁଖ୍ୟ ଭୂମିକାର ନଜର ଆସିବେ । ବକ୍ସ ଅଫିସରେ ଗୁଡନ୍ୟୁଜର ମୁହାଁମୁହିଁ ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଦବଙ୍ଗ 3’ ସହ ହେବାକୁ ଯାଉଛି । ଯାହାକୁ ଏକ୍ସାଇଟେଡ ଦର୍ଶକ ।

ABOUT THE AUTHOR

...view details