ଓଡିଶା

odisha

ETV Bharat / sitara

‘ଲାଲ ସିଂହ ଚଡ୍ଡା’ରେ ବାବରୀ ମସଜିଦର ଝଲକ

ଖୁବ୍ ଶୀଘ୍ର ସିଲଭର ସ୍କ୍ରିନରେ ଇତିହାସ ପୃଷ୍ଠାର କିଛି ଘଟଣାକୁ ନେଇ ଆସିବେ ଆମୀର । ବର୍ତ୍ତମାନ ସେ ନିଜର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ନେଇ ଖୁବ୍ ଉତ୍ସାହିତ ।

By

Published : Oct 24, 2019, 12:11 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ନିଜର ଅପକମିଂ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ସୁଟିଂରେ ଖୁବ୍ ବ୍ୟସ୍ତ । ଫିଲ୍ମରେ ସେ ସରଦାର ଭୂମିକାରେ ନଜର ଆସିବେ । ଏହି ଲୁକରେ ଆସିବା ପାଇଁ ଆମୀର ନିଜର ଦାଢି ମଧ୍ୟ ବଢାଇଛନ୍ତି । ଫିଲ୍ମଟି ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର କାହାଣୀକୁ ନେଇ ଆଧାରିତ । ଯେଉଁଥିରେ ଟମ ହ୍ୟାଙ୍କ୍ସଙ୍କ ଜରିଆରେ ଆମେରିକାର ଇତିହାସର ବଡ ଘଟଣାକୁ ପର୍ଯ୍ୟବେଶିତ କରାଯାଇଥିଲା ।

ଏବେ ‘ଲାଲ ସିଂହ ଚଡ୍ଡା’ରେ ମଧ୍ୟ ସରଦାର ସାଜି ଆମୀର ଦେଶର ବିଭାଜନ ଏବଂ ତାହାପରେ ଘଟିଥିବା ଘଟଣାକୁ ସିଲଭର ସ୍କ୍ରିନରେ ପ୍ରଦର୍ଶିତ କରିବେ । ଏହି ଘଟଣାରେ ଅପରେଶନ ବ୍ଲୁ ଷ୍ଟାର ଓ ବାବରୀ ମସଜିଦର ବିବାଦ ମଧ୍ୟ ସାମିଲ ଅଛି । ଯାହାର ଖୁଲାସା ଫିଲ୍ମର ସୂତ୍ରରୁ ହୋଇଛି ।

ଫିଲ୍ମ ରିପୋର୍ଟ ଅନୁଯାୟୀ ‘ଲାଲ ସିଂହ ଚଡ୍ଡା’ ଫିଲ୍ମରେ ଦେଶର କିଛି ସମ୍ବେଦନଶୀଳ ଘଟଣାର ଝଲକ ଦେଖିବାକୁ ପାଇବେ ଦର୍ଶକ। ‘ଫରେଷ୍ଟ ଗମ୍ପ’ର କାହାଣୀକୁ ହିନ୍ଦୀରେ ନିର୍ମାଣ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା କି ଫିଲ୍ମକୁ ନିଜ ଦେଶ ଅନୁଯାୟୀ ଦେଖାଇବା । ଭାରତୀୟ ଇତିହାସର ସବୁଠାରୁ ଦୁଃଖଦ ଘଟଣା ଲୁଚାଯାଇପାରିବ ନାହିଁ । ଯାହାକୁ ସାବଧାନ ପୂର୍ବକ ଲୋକଙ୍କ ସାମ୍ନାକୁ ଆଣିବାକୁ ହେବ ।

ପ୍ରକାଶ ଥାଉକି ଫିଲ୍ମରେ ସବୁ ତଥ୍ୟକୁ ସଠିକ ରୂପେ ଉପସ୍ଥାପନା କରିବା ପାଇଁ ଲାଗିଛନ୍ତି ମେକର୍ସ । ଏହା ପାଇଁ ଆମୀର ଖାନ ଓ ଫିଲ୍ମ ନିର୍ମାତା ପଟକଥା ଉପରେ ପ୍ରସିଦ୍ଧ ଇତିହାସବିତଙ୍କ ସହ କଥାବାର୍ତ୍ତା କରିବେ । ମେକର୍ସ ଫିଲ୍ମଟିକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା ଚଳାଇଛନ୍ତି । ଫିଲ୍ମରେ ଆମୀରଙ୍କ ଅପୋଜିଟ କରୀନା କପୁର ଖାନ ନଜର ଆସିବେ । ଆସନ୍ତା ବର୍ଷ ଫିଲ୍ମକୁ ରିଲିଜ କରିବାକୁ ମଧ୍ୟ ସ୍ଥିର କରିଛନ୍ତି ମେକର୍ସ । ଏବେ ଦେଖିବା ବାକି ରହିଲା କି ଆମୀରଙ୍କ ଗତ ବର୍ଷ ରିଲିଜ ହୋଇଥିବା ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ପରେ ଦର୍ଶକ ‘ଲାଲ ସିଂହ ଚଡ୍ଡା’ ଫିଲ୍ମ ଉପରେ କିପରି ପ୍ରତିକ୍ରିୟା ଦେବେ ।

ABOUT THE AUTHOR

...view details