ଶ୍ରୀନଗର:ଜମ୍ମୁ କାଶ୍ମୀର ରାଜଭବନରେ ସୁପରଷ୍ଟାର ଆମୀର ଖାନ । ଶନିବାର ଦିନ ବଲିଉଡର ସୁପରଷ୍ଟାର ଆମୀର ଖାନ ଓ କିରନ ରାଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ରାଜଭବନରେ ଭେଟିଛନ୍ତି । ଜମ୍ମୁ କାଶ୍ମୀରରେ ଏକ ଫିଲ୍ମ ସୁଟିଂ ନେଇ ମନୋଜ ସିହ୍ନାଙ୍କ ସହ ଉଭୟେ ଆଲୋଚନା କରିଛନ୍ତି । କେନ୍ଦ୍ର ଶାସିତ ଅଞ୍ଚଳରେ ଚଳଚ୍ଚିତ୍ର ସୁଟିଂର ନୂଆ ନୀତି ନେଇ ଆଲୋଚନା ହୋଇଥିଲା । ତେବେ ସେଠାରେ ସୁଟିଂ ହେବାକୁ ଥିବା ଫିଲ୍ମଟି ଖୁବ ଶୀଘ୍ର ମୁକ୍ତିଲାଭ କରିବ।
ଏନେଇ ଜମ୍ମକାଶ୍ମୀର ଏଲଜିଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରାଯାଇଛି । ଜମ୍ମୁ କାଶ୍ମୀରେ ନୂଆ ଚଳଚ୍ଚିତ୍ର ନୀତି ଉପରେ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ, ଏହି ସ୍ଥାନକୁ ବଲିଉଡରେ ପୁନର୍ଜୀବିତ କରିବା ସହ ଫିଲ୍ମ ନିର୍ମାତାଙ୍କ ଏକ ପସନ୍ଦ ଯୋଗ୍ୟ ସ୍ଥାନରେ ପରିଣତ କରିବା ପାଇଁ ବୌଠକରେ ଆଲୋଚନା କରାଯାଇଥିଲା।
ବଲିଉଡ ମଧ୍ୟ କାଶ୍ମୀରରେ ନିକଟ ଭବିଷ୍ୟତର ଚଳଚ୍ଚିତ୍ର ସୁଟିଂ ପାଇଁ ବିଭିନ୍ନ ସ୍ଥାନକୁ ଚିହ୍ନଟ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି । ଜାନୁୟାରୀ ଶେଷରେ ଦେବଗନ୍ ଫିଲ୍ମସ୍, ସଞ୍ଜୟ ଦତ୍ତ ପ୍ରଡକ୍ସନ୍ସ, ରିଲାଏନ୍ସ ଏଣ୍ଟରଟେନମେଣ୍ଟ, ରୋହିତ ଶେଟ୍ଟୀ ଫିଲ୍ମ, ଜି ଷ୍ଟୁଡିଓ ଇତ୍ୟାଦି କେତେକ ବଡ ବ୍ୟାନର ହାଉସ ଜମ୍ମୁ କାଶ୍ମୀରରେ ନୂଆ ଫିଲ୍ମ ସୁଟିଂର ଯୋଜନା ରହିଛି । ଏନେଇ ଫିଲ୍ମ ନିର୍ମାତାମାନେ କେନ୍ଦ୍ର ଶାସିତ ଅଞ୍ଚଳର ପର୍ଯ୍ୟଟନ ନିର୍ଦ୍ଦେଶକ ଓ ବିଭିନ୍ନ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ପର୍ଯ୍ୟଟନ ବିଭାଗ ମଧ୍ୟ ସେମାନଙ୍କୁ ସ୍ୱାଗତ କରଛି ।
ଆମୀର ବର୍ତ୍ତମାନ ଉପତ୍ୟକାରେ ରହିଛନ୍ତି । ଏବଂ ସେ ଗୁରୁବାର ଦିନ ତାଙ୍କର ଆଗାମୀ ଫ୍ଲିକ୍ ଲାଲ ସିଂ ଚଢାର ପାଇଁ ସୁଟିଂ ପାଇଁ ଅମର ସିଂ କଲେଜକୁ ମଧ୍ୟ ଆସିଥିଲେ । ନିକଟରେ ଆମୀର ଲଦାଖରେ ସୁଟିଂ ଶେଷ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ