ହାଇଦ୍ରାବାଦ: ବଲିଉଡର ସୁପରଷ୍ଟାର ଅମିର ଖାନ ଆଜି ତାଙ୍କର 57ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଅଭିନେତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । ଏଥିସହିତ ବଲିଉଡର ସେଲିବ୍ରିଟି ଏବଂ ତାଙ୍କର ଖାସ୍ ବନ୍ଧୁମାନେ ମଧ୍ୟ ଅମିରଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଉଛନ୍ତି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଅମିର ଖାନ ବଲିଉଡରେ ପ୍ରାଧାନ୍ୟ ବିସ୍ତାର କରି ଚାଲିଛନ୍ତି । ତାଙ୍କର ହିଟ୍ ଫିଲ୍ମର ତାଲିକା ବହୁତ ଲମ୍ବା ଅଟେ । ଅମିର ଖାନ ଗତ ବର୍ଷ ପତ୍ନୀ କିରଣ ରାଓଙ୍କଠାରୁ ଛାଡପତ୍ର ନେଉଛନ୍ତି ବୋଲି ସୋସିଆଲ ମିଡିଆରେ ଏହା ଘୋଷଣା କରିଥିଲେ। ବର୍ତ୍ତମାନ ଅମିର ଖାନ ଖୁଲାସା କରିଛନ୍ତି ଯେ, ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ତାଙ୍କୁ ଜନ୍ମଦିନରେ ସବୁଠୁ ବେଷ୍ଟ ଉପହାର ଦେଇଛନ୍ତି ।
ଏକ ଖବର ଅନୁଯାୟୀ ଏକ ସାକ୍ଷାତକାରରେ ଅମିର ଖାନ ପୂର୍ବତନ ପତ୍ନୀ କିରଣ ରାଓଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ପୂର୍ବତନ ପତ୍ନୀ କିରଣ ରାଓ ତାଙ୍କୁ ଏପର୍ଯ୍ୟନ୍ତ ସବୁଠୁ ବେଷ୍ଟ ଜନ୍ମଦିନ ଉପହାର ଦେଇଛନ୍ତି ବୋଲି ଅମିର କହିଛନ୍ତି । ରିପୋର୍ଟ ଅନୁଯାୟୀ, ଅମିର ନିକଟରେ ଏହା ପ୍ରକାଶ କରିଛନ୍ତି। ଏମିର କହିଛନ୍ତି ଯେ ନିକଟରେ ତାଙ୍କର ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ତାଙ୍କର ବାର୍ତ୍ତାଳାପ ହୋଇଥିଲା ଏବଂ ସେ କିରଣଙ୍କୁ ନିଜର ଅଭାବ ଏବଂ ଦୁର୍ବଳତାର ଏକ ତାଲିକା ଦେବାକୁ କହିଥିଲେ, ଯାହାକୁ ସେ ସୁଧାରି ପାରିବେ ।
ଅମିର କହିଛନ୍ତି, 'ସେ ମୋତେ 10 ରୁ 12 ପଏଣ୍ଟର ଏକ ତାଲିକା ଦେଇଛନ୍ତି, ଯାହା ମୁଁ ନିଜେ କପିରେ ଲେଖିଛି, ତେଣୁ ଏହା ମୋ ପାଇଁ ଜନ୍ମଦିନର ସବୁଠୁ ବେଷ୍ଟ ଉପହାର' । ଅମିର ଆହୁରି ମଧ୍ୟ କହିଛନ୍ତି ଯେ କିରଣ ଦେଇଥିବା ତାଙ୍କର ଅଭାବ ଏବଂ ଦୁର୍ବଳତାର ତାଲିକା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଅମିର କହିଛନ୍ତି, 'ଏଥିପାଇଁ ମୁଁ ଭାବୁଛି, ଏହା ହେଉଛି ମୋର ଜନ୍ମଦିନର ସବୁଠୁ ବେଷ୍ଟ ଉପହାର, ସେ ମୋର ଅଭାବକୁ ଅତି ସୁନ୍ଦର ଏବଂ ସଚ୍ଚୋଟତାର ସହ କହିଛନ୍ତି, ଯାହା ମୋତେ ଏପର୍ଯ୍ୟନ୍ତ କେହି କହି ନାହାଁନ୍ତି।