ଓଡିଶା

odisha

By

Published : Dec 29, 2019, 1:36 AM IST

ETV Bharat / sitara

ଗାୟତୋଣ୍ଡେକୁ ଜଣାଥିଲା ନିଜ ଅପରାଧ ବିଷୟରେ: ଆମୀର

ପପୁଲାର ୱେବ ସିରିଜ ‘ସାକ୍ରେଡ ଗେମ୍ସ’ରେ ଇନଭେଷ୍ଟିଗେଟିଭ ଅଫିସର ଭୂମିକାରେ ଅଭିନୟ କରିଥିବା ଆମୀର ବସୀର ଟ୍ବିଟ କରି ଚର୍ଚ୍ଚାରେ । ସିଏଏ ବିରୋଧ ପ୍ରଦର୍ଶନ ଉପରେ ସୈଫ ଅଲ୍ଲୀ ଖାନ କିଛି ନକହିଥିବାରୁ ଦେଲେ ତାଙ୍କୁ ଜବାବ ।

aamir bashir reacted on saif ali khan
ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ବି-ଟାଉର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ସଂଶୋଧିତ ନାଗରିକତା ଆଇନ ବିରୋଧ ପ୍ରଦର୍ଶନ ଉପରେ ନିଜ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ ପ୍ରଥମେ ସେ ସବୁ ଜିନିଷରୁ ସଠିକ ଭାବେ ବୁଝିବାକୁ ଚେଷ୍ଟା କରିବେ ଓ ଏହାପରେ ହିଁ ସେ ନିଜ ବୟାନ ଦେବେ । ଇତିମଧ୍ୟରେ ତାଙ୍କ ୱେବ ସିରିଜ ‘ସାକ୍ରେଡ ଗେମ୍ସ’ର କୋଷ୍ଟାର ଆମୀର ବସୀରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

‘ସାକ୍ରେଡ ଗେମ୍ସ’ରେ ସୈଫ କନେଷ୍ଟବଳ ସରତାଜ ସିଂ ଭୂମିକାରେ ଅଭିନୟ କରିଥିବା ବେଳେ ଆମୀର ଇନଭେଷ୍ଟିଗେଟିଭ ଅଫିସର ରୂପେ ମାଜିଦଙ୍କ ଭୂମିକାରେ ଅଭିନୟ କରିଥିଲେ । ଦୁଇଜଣଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା । ଆମୀର ତାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଏକ ଟ୍ବିଟରେ ଲେଖିଛନ୍ତି, ‘ଭଗବାନଙ୍କ ପାଇଁ ମାଜିଦଙ୍କ ସହ କଥା ହୁଏ ସରତାଜ । ଆଉ ଗାୟତୋଣ୍ଡେକୁ ମଧ୍ୟ ତା ଅପରାଧ ବିଷୟରେ ଜଣାଥିଲା ।’

ପ୍ରକାଶ ଥାଉକି କି ନେଟଫ୍ଲିକ୍ସର ଚର୍ଚ୍ଚିତ ୱେବ ସିରିଜ ‘ସାକ୍ରେଡ ଗେମ୍ସ’ରେ ଗଣେଶ ଗାୟତୋଣ୍ଡେଙ୍କ ଭୂମିକାରେ ବି-ଟାଉନର ଭର୍ସାଟାଇଲ ଆକ୍ଟର ନୱାଜୁ୍ଦ୍ଦୀନ ସିଦ୍ଦିକୀ ଅଭିନୟ କରିଥିଲେ ।

ABOUT THE AUTHOR

...view details