ଓଡିଶା

odisha

ETV Bharat / sitara

ଟିକା ନିଅନ୍ତୁ ଦାୟିତ୍ବବାନ ନାଗରିକ ହୁଅନ୍ତୁ: ଆଦର ଜୈନ

ଦେଶରେ ଏବେ ତୃୀତୟ ପର୍ଯ୍ୟୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁଥିରେ 18ରୁ ଉର୍ଦ୍ଧ୍ବ ବ୍ୟକ୍ତି ଟିକା ନେଉଛନ୍ତି । ଏହି କ୍ରମରେ ଟିକା ନେଇଛନ୍ତି ଅଭିନେତା ଆଦର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

By

Published : May 13, 2021, 9:56 AM IST

ମୁମ୍ବାଇ: ବୁଧବାର ଅଭିନେତା ଆଦର ଜୈନ କୋରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଭ୍ୟାକ୍ସିନ ନେଇଛନ୍ତି । ଟିକା ନେବା ପରେ ସେ କହିଛନ୍ତି ଯେ ଟୀକାକରଣ ଦ୍ବାରା ଆମେ ସମସ୍ତେ ଦାୟିତ୍ବବାନ ନାଗରିକ ହୋଇପାରିବା ।

ସେହିପରି ସେ ଆହୁରି କହିଛନ୍ତି, ‘ଟୀକାକରଣ କରି ଆମେ ସମସ୍ତେ ସଠିକ୍ ନାଗରିକ ହୋଇପାରିବା । ଆମର ସ୍ବାସ୍ଥ୍ୟ ଆମକୁ ଏହି ଭୂତାଣୁ ଠାରୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛି ଏବଂ ବର୍ତ୍ତମାନ ଆମେ ସମସ୍ତେ ନିଜ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବା ଏବଂ ଟିକା ନେବା ଦ୍ବାରା ଆମର କାର୍ଯ୍ୟ କରିପାରିବା । ଏହି ଆବଶ୍ୟକ ସମୟରେ ସମସ୍ତ ବଳିଦାନ ଏବଂ ଉତ୍ସର୍ଗୀକୃତ ପାଇଁ ମୁଁ ସମସ୍ତ ଆଗଧାଡିର ଯୋଦ୍ଧା, ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ସମସ୍ତଙ୍କୁ ଆନ୍ତରିକତାର ସହ ଅନୁରୋଧ କରିବାକୁ ଚାହୁଁଛି ଯେ ଯଥାଶୀଘ୍ର ନିଜକୁ ପଞ୍ଜିକୃତ କରାଇ ଟିକା ନେବା ପାଇଁ । ଏହା କୋରୋନାକୁ ପରାସ୍ତ କରିବାରେ ସାହାଯ୍ୟ କରିବ। ଆସନ୍ତୁ ଟିକା ନେଇ ପୁଣିଥରେ ଆମ ଦେଶକୁ ପୂର୍ବ ପରି କରିବା ।’

ପ୍ରକାଶ ଥାଉକି ଫିଲ୍ମ ‘ହାଲୋ ଚାର୍ଲି’ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆଦର ।

@IANS

ABOUT THE AUTHOR

...view details