ଓଡିଶା

odisha

ETV Bharat / sitara

ମେଡିକାଲରେ ଭର୍ତ୍ତି ହେଲେ ପ୍ରକାଶ ରାଜ

କିଛି ଦିନ ତଳେ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ ପ୍ରକାଶ । ଅସ୍ତ୍ରୋପଚାର ପାଇଁ ହାଇଦ୍ରାବାଦ ଯାଉଥବା ଟ୍ବିଟ କରି କହିଛନ୍ତି ପ୍ରକାଶ ରାଜ । ଅଧିକ ପଢନ୍ତୁ...

ଅସ୍ତ୍ରୋପଚାର ପାଇଁ ମେଡିକାଲରେ ଭର୍ତ୍ତି ହେଲେ ପ୍ରକାଶ ରାଜ
ଅସ୍ତ୍ରୋପଚାର ପାଇଁ ମେଡିକାଲରେ ଭର୍ତ୍ତି ହେଲେ ପ୍ରକାଶ ରାଜ

By

Published : Aug 11, 2021, 2:26 PM IST

ହାଇଦ୍ରାବାଦ: କିଛି ଦିନ ତଳେ ଦୁର୍ଘଟଣାର ଶିକାର ହୋଇଥିଲେ ସାଉଥର ନମ୍ବର ୱାନ୍‌ ଖଳନାୟକ ପ୍ରକାଶ ରାଜ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଛି । ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ ପ୍ରକାଶ । ଅସ୍ତ୍ରୋପଚାର ପାଇଁ ହାଇଦ୍ରାବାଦ ଯାଉଥବା ଟ୍ବିଟ କରି କହିଛନ୍ତି ପ୍ରକାଶ ରାଜ ।

ଟ୍ବିଟ କରି ପ୍ରକାଶ କହିଛନ୍ତି ଛୋଟ ଏକ ଛୋଟ ଆକ୍ସିଡେଣ୍ଟ…ଏକ ଛୋଟ ଫ୍ୟାକଚର….ସର୍ଜରୀ ପାଇଁ ହାଇଦ୍ରାବାଦ ଯିବାକୁ ପଡିବ । ତେବେ ସେ ଠିକ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ନ କରିବାକୁ ସେ ପ୍ରଶଂସକଙ୍କୁ କହିଛନ୍ତି ପ୍ରକାଶ । ପ୍ରକାଶ ରାଜ ଆହତ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଖୁବ୍‌ଶୀଘ୍ର ଠିକ୍‌ ହୋଇଯାଆନ୍ତୁ ବୋଲି ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି।

ପ୍ରକାଶ ରାଜ ଖୁବ ଶୀଘ୍ର ପାଡା ଫିଲ୍ମରେ ନଜର ଆସିବେ। ନିକଟରେ ସେ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି ଏବଂ ଫିଲ୍ମର ଟିଜର ମଧ୍ୟ ଖୁବ ଭଲ ରହିବ ବୋଲି ଆଶା କରିଛନ୍ତି ପ୍ରକାଶ । ପ୍ରକାଶ ରାଜ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ | ସେ ଆଟାକ୍, ୱାଣ୍ଟେଡ୍ ଏବଂ ସିଙ୍ଘମ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କୁ ଖୁବ୍ ଶୀଘ୍ର ମଣି ରତ୍ନାମଙ୍କ ପୋନିୟିନ୍ ସେଲଭାନରେ ଅଭିନୟ କରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details