ସୁଶାନ୍ତି ସିଂ ରାଜପୁତ୍। ଦୀର୍ଘ ପାଞ୍ଚ ଦିନ ହେବ ଗଣାମାଧ୍ୟମ ସହ ସବୁଠି ଚର୍ଚ୍ଚାରେ ଓ ହେଡଲାଇନରେ। ଏହି ୟଙ୍ଗ୍ ଓ ଡାଇନାମିକ୍ ଆକ୍ଟରଙ୍କ ବିଷୟରେ ଚର୍ଚ୍ଚା ତାଙ୍କ କୌଣସି ଫିଲ୍ମର ସଫଳତା ପାଇଁ ନୁହେଁ ବଲିଉଡ୍ କି ତାଙ୍କ ଲଭ ଲାଇଫକୁ ନେଇକି ନୁହେଁ ବରଂ ଏହି ରଙ୍ଗୀନ ଜଗତରେ ତାଙ୍କ ପ୍ରତି ହୋଇଥିବା ସୃଜନ ତୋଷଣ ବା ନେପୋଟିଜିମ୍ ବା ଭେଦଭାବକୁ ନେଇ ହେଉଛି। ଯାହାକି ଜଣେ ମଧ୍ୟବିତ୍ତ ଫ୍ୟାମିଲିରୁ ଆସି ବଲିଉଡରେ ସଫଳତା ସାଉଁଟିଥିବା ଏକ ପ୍ରତିଭାର ଜୀବନ ନେଇଗଲା। ଆଉ ତାକୁ ବାଧ୍ୟ କଲା ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେବାକୁ। ଯାହାକୁ ପରୋକ୍ଷରେ ହତ୍ୟା କୁହାଗଲେ କିଛି ଅତ୍ୟୁକ୍ତି ହେବନି।
ତେବେ ସୁଶାନ୍ତକୁ ମୃତ୍ୟୁର ମୂଳକାରଣ ମାନସିକ ଅବସାଦ ବୋଲି କୁହାଯାଉଛି। ଯାହାକି ବଲିଉଡରୁ ଗାଦୀ ମାରି ବସିଥିବା କିଛି ନାମୀଦାମୀ କଳାକାରଙ୍କ ଦ୍ବାରା ସୃଷ୍ଟି କରାଯାଉଥିଲା। ଯେଉଁଥି ପାଇଁ 6 ରୁ 7 ମାସ ମଧ୍ୟରେ ତାଙ୍କ ହାତରୁ 7ଟି ଚୁକ୍ତି ହୋଇଥିବା ଫିଲ୍ମକୁ ଛଡାଇ ନିଆଯାଇଥିଲା। ହେଲେ ସୁଶାନ୍ତ ଆତ୍ମହତ୍ୟା ପୂର୍ବରୁ ସେ ନିଜର ମନର କଥା ଗୁଡିକୁ ଟି ସାର୍ଟ ମାଧ୍ୟମରେ ଅଭିବ୍ୟକ୍ତି ରଖିଥିଲେ। ଯାହା ତାଙ୍କ କୁଲ୍ ନେଚରକୁ ଦେଖେଇ ଦେଉଥିଲା।
ସାଧାରଣତଃ ଅନେକ ଫଟୋଗ୍ରାଫର ସେଲିବ୍ରେଟି ଓ ଷ୍ଟାରର୍ସଙ୍କ ଫଟୋ ଉଠାଇ ଏହାକୁ ଅନେକ ନ୍ୟୁଜ୍ ପେପରକୁ ସେଲ କରିଥାନ୍ତି। ହେଲେ ସୁଶାନ୍ତ ସିଂ ରାଜପୁତ୍ ଏଥିରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି। ସେଥି ପାଇଁ ସେ ନିଜ ଟି-ସାର୍ଟରେ ଫଟୋ ଉଠାଇବାକୁ ଅନୁମତି ନାହିଁ ବୋଲି ଲେଖି କ୍ୟାମେରା ଆଗରେ ନଜର ଆସିଥିଲେ।