ମୁମ୍ବାଇ: କୋରୋନା କାଳରେ ଦେଶବାସୀଙ୍କ ସେବା କରି ଭଗବାନଙ୍କ ସହ ତୁଳନା ହେଉଛନ୍ତି ଲୋକପ୍ରିୟ ଅଭିନେତା ସୋନୁ ସୁଦ । ହେଲେ ଇତିମଧ୍ୟରେ ତାଙ୍କ ନାଁରେ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । ଯାହାକୁ ନେଇ ନିରାଶ ଫ୍ୟାନ୍ସ । ଶୁଣିବାକୁ ମିଳୁଛି ଯେ ଅଭିନେତାଙ୍କ ନାଁରେ ବେଆଇନ ନିର୍ମାଣ ମାମଲାକୁ ଆଧାର ଅଭିଯୋଗ ଆଣିଛି ବିଏମସି । ସୋନୁ ଆବଶ୍ୟକ ଅନୁମତି ବିନା ଜୁହୁର ଏକ ମହଲା ବିଶିଷ୍ଟ ଆବାସିକ କୋଠରୀକୁ ଏକ ହୋଟେଲରେ ପରିଣତ କରିଛନ୍ତି । ବିଏମସି ଏମଆରଟିପି ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ ଜୁହୁ ପୋଲିସ ନିକଟରେ ଅଭିଯୋଗ କରିଛି । ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପରେ ସୋନୁଙ୍କ ଉପରେ ଲାଗିଛି ବେଆଇନ ନିର୍ମାଣ ଅଭିଯୋଗ ।
ଏହି ମାମଲାରେ ସୋନୁ କହିଛନ୍ତି ଯେ ତାଙ୍କର ଆବଶ୍ୟକ ଅନୁମତି ଥିଲା ଏବଂ ସେ କେବଳ ମହାରାଷ୍ଟ୍ର କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି (ଏମସିଜେଡ୍ଏମଏ) ରୁ କ୍ଲିୟରାନ୍ସକୁ ଅପେକ୍ଷା କରିଥିଲେ । କୋରୋନା ହେତୁ ଏହି ଅନୁମତି ଆସିନାହିଁ । କୌଣସି ଅନିୟମିତତା ହୋଇନାହିଁ । ସେ ସବୁବେଳେ ନିୟମ ପାଳନ କରେ । ମହାମାରୀ ସମୟରେ ଏହି ହୋଟେଲ କୋଭିଡ -19 ଯୋଦ୍ଧାମାନଙ୍କୁ ସୁରକ୍ଷା ପାଇଁ ବ୍ୟବହୃତ ହୋଇଥିଲା । ଯଦି ଅନୁମତି ଆସେ ନାହିଁ ତେବେ ସେ ଏହାକୁ ଏକ ଆବାସିକ ସଂରଚନାକୁ ଫେରାଇ ନେବି । ବର୍ତ୍ତମାନ ବମ୍ବେ ଏଚ୍ସିରେ ବିଏମସିର ଅଭିଯୋଗ ବିରୋଧରେ ଆବେଦନ କରୁଛି ସେ ।