ହାଇଦ୍ରାବାଦ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରି ଆଜି ନାଗପୁରରେ ପି ଏମ ନରେନ୍ଦ୍ର ମୋଦୀର ଆଉ ଏକ ପୋଷ୍ଟର ରିଲିଜ କରିଛନ୍ତି । ଏହି ସମୟରେ ଅଭିନେତା ବିବେକ ଓବରୟ ଓ ନିର୍ଦ୍ଦେଶକ ସନ୍ଦିପ ସିଂହ ଉପସ୍ଥିତ ଥିଲେ ।
ମୋଦୀଙ୍କ ବାୟୋପିକର ପୋଷ୍ଟର ରିଲିଜ କଲେ ଗଡକରୀ - pm narendra modi
ମୋଦି ବାୟୋପିକ ‘ପିଏମ ନରେନ୍ଦ୍ର ମୋଦି’ ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ ହୋଇଛି । ଏହାକୁ ରିଲିଜ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ।

ଫଟୋ ସୌଜନ୍ୟ: ଏ ଏନ ଆଇ
ନାଗପୁରରୁ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି ନିତିନ ଗଡକରୀ । ତେବେ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ରିଲିଜ ପୂର୍ବରୁ ହିଁ ଅନେକ ବିବାଦ ଆରମ୍ଭ ହୋଇଛି । ପ୍ରଥମେ ଫିଲ୍ମକୁ ନିର୍ବାଚନ ଭିତରେ ରିଲିଜ କରିବାକୁ ନିର୍ମାତା ସୁପାରିଶ କରିଥିଲେ ମାତ୍ର ନିର୍ବାଚନ କମିଶନ ଏନେଇ ଅନୁମତି ଦେଇନଥିଲେ ।
ପରେ ବିଭିନ୍ନ ସମସ୍ୟା ପରେ ଶେଷରେ ମେ 24ରେ ଫିଲ୍ମକୁ ରିଲିଜ କରାଯିବ। ନିର୍ବାଚନ ଫଳାଫଳର ପରଦିନ ଏହାକୁ ରିଲିଜ କରାଯିବ ।
Last Updated : May 20, 2019, 11:54 PM IST