ମୁମ୍ବାଇ: ସୋମବାର ଆୟୋଜିତ ହୋଇଯାଇଛି ହଲିଉଡର ଫେମସ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ୍ସ । 77ତମ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ୍ସରେ ଅନେକ ହଲିଉଡ ଷ୍ଟାର୍ସ ଭାଗ ନେଇଥିଲେ । ରେଡ କାର୍ପେଟରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ସହ ଫିବି ୱାଲର, ବ୍ରିଜ, ମାର୍ଗୋ ରବି, ସ୍କରାଲେଟ ଜେହାନସନ, ଏଲ୍ଟନ ଜନ, ଡାଇରେକ୍ଟର କ୍ବେଣ୍ଟିନ ଟେରେଣ୍ଟିନୋ ଙ୍କ ସହ ଅନେକ ଫେମସ କଳାକାର ଯୋଗ ଦେଇଥିଲେ ।
ଗୋଲ୍ଡେନ ଗ୍ଲୋବ୍ସ 2020ରେ ହଲିଉଡର ଲାଇଭ ଚାଲିଥିଲା । ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ନୋମିନେଟ ହୋଇଥିବା ଷ୍ଟାର୍ସଙ୍କୁ ଆୱାର୍ଡ ଦିଆଯାଇଥିଲା । ତେବେ ଆସନ୍ତୁ ନଜର ପକାଇବା କେଉଁ ଷ୍ଟାର୍ସ ନିଜ ଘରକୁ ନେଇଗଲେ ଗୋଲ୍ଡେନ ଗ୍ଲୋବ୍ସ 2020 ଆୱାର୍ଡ୍ସ ।
ବେଷ୍ଟ ମୋଶନ ପିକ୍ଚର(ଡ୍ରାମା)
‘ଦ ଇରିଶମ୍ୟାନ’, ‘ମ୍ୟାରେଜ ଷ୍ଟୋରି’, ‘ଜୋକର’, ‘ଦ ଟ୍ବି ପୋପ୍ସ’ ଭଳି ଫିଲ୍ମ ନୋମିନେଟ ହୋଇଥିବା ବେଳେ ବିଜେତା ସାଜିଛି ‘1971’- ।
ବେଷ୍ଟ ମୋଶନ ପିକଚର(ମ୍ୟୁଜିକ/କମେଡି)
‘ଜୋଜୋ ରାବିଟ’, ‘ନାଇବ୍ସ ଆଉଟ’, ‘ରକେଟମ୍ୟାନ’, ‘ଡେଲମାଇଟ ଇଜ ମାଇଁ ନେମ’, ‘ୱାନ୍ସ ଓପନ ଏ ଟାଇମ ଇନ ହଲିଉଡ’-ବିଜେତା ।
ବେଷ୍ଟ ମୋଶନ ପିକ୍ଚର (ଆନିମେଟେଡ)
‘ଫ୍ରୋଜେନ 2’, ‘ହାଉ ଟୁ ଟ୍ରେନ ୟୋର ଡ୍ରାର୍ଗନ ୱାର୍ଲ୍ଡ’ ,‘ଟୟ ଷ୍ଟୋରି 4’, ‘ଦ ଲାୟନ କିଙ୍ଗ’, ‘ମିସିଂ ଲିଙ୍କ’-ବିଜେତା ।