ଓଡିଶା

odisha

ETV Bharat / sitara

ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ ଆୱାର୍ଡ ପାଇଲେ ସୁରେଖା - ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ ଜଲୱା’

ହ୍ବିଲଚେୟାରରେ ପୁରସ୍କାର ନେବାକୁ 66ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପହଞ୍ଚିଲେ ଅଭିନେତ୍ରୀ ସୁରେଖା। ଏହି ସମାରୋହରେ ଉର୍ଦ୍ଦୁ ଫିଚର ଫିଲ୍ମ ଶ୍ରେଣୀରେ ‘ହାମିଦ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି।

66th national film awards
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Dec 23, 2019, 4:25 PM IST

ମୁମ୍ବାଇ: 66ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଅନେକ ବଲିଉଡ କଳାକାର। ଏହି ଇଭେଣ୍ଟରେ ସେଲିବ୍ରିଟିଙ୍କ ଜଲୱା ମଧ୍ୟ ଦେଖିବାକୁ ମିଳିଛି। ଏହି ସମ୍ମାନ ସମାରୋହରେ ଶ୍ରେଷ୍ଠ ଶିଶୁ କଳାକାର ରୂପେ 4 ଜଣ କଳାକାରଙ୍କୁ ସମ୍ମାନିତ କରାଯାଇଛି। ଏହି କ୍ରମରେ ଉର୍ଦ୍ଦୁ ଫିଚର ଫିଲ୍ମ ଶ୍ରେଣୀରେ ‘ହାମିଦ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି।

ପୁରସ୍କାର ପାଇଥିବା ଶିଶୁ କଳାକାରଙ୍କ ମଧ୍ୟରେ ମାଷ୍ଟର ପିଭି ରୋହିତ, ମାଷ୍ଟର ସମୀପ ସିଂ ରନୌତ, ମାଷ୍ଟର ତଲ୍ହା ଅର୍ଶଦ ଓ ମାଷ୍ଟର ଶ୍ରୀନିବାସ ପୋକାଲେ ସାମିଲ ଅଛନ୍ତି। ଏହି ଚାରି ଶିଶୁ କଳାକାରଙ୍କୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପରୁସ୍କୃତ କରିଛନ୍ତି।

ଏହି କାର୍ଯ୍ୟକ୍ରମର ଆୟୋଜନ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କରାଯାଇଛି। ସେହିପରି ସମାରୋହର ହୋଷ୍ଟିଂ କରିଛନ୍ତି ଦିବ୍ୟା ଦତ୍ତା ଓ ସୋନାଲୀ କୁଲକର୍ଣ୍ଣୀ। 66ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଅନ୍ଧାଧୁନ’, ‘ପଦ୍ମାବତ’, ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ ଜଲୱା’ ଛାଇ ରହିଥିଲା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ସେହିପରି 74 ବର୍ଷିୟ ଫେମସ ଅଭିନେତ୍ରୀ ସୁରେଖା ସୀକରିଙ୍କୁ ଫିଲ୍ମ ‘ବଧାଇ ହୋ’ରେ ଜେଜେମା'ର ଶାନଦାର ଅଭିନୟ କରିବା ପାଇଁ ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ ଆୱାର୍ଡରେ ସମ୍ମାନିତ କରାଯାଇଛି। ହ୍ବିଲଚେୟାରରେ ଆୱାର୍ଡ ନେବାକୁ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ସୁରେଖା। ତାଙ୍କୁ କରତାଳି ସହ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ପ୍ରକାଶ ଥାଉକି ହିନ୍ଦୀ ସିନେମା ଜଗତକୁ ଶାନଦାର ଯୋଗଦାନ ଦେଇ ଆଜି ଫେମସ ସୁରେଖା। ‘ବଧାଇ ହୋ’ ପୂର୍ବରୁ ସେ 1988ରେ ଫିଲ୍ମ ‘ତମସ’ ଓ 1995ରେ ଆସିଥିବା ଫିଲ୍ମ ‘ମମ୍ମୋ’ ପାଇଁ ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ ଚୟନ ହୋଇଥିଲେ। ଫିଲ୍ମ ବ୍ୟତୀତ ‘ସେ ସାଞ୍ଝା ଚୁଲ୍ହା’(1990), ‘ସାତ ଫେରେ: ସଲୋନୀ କା ସଫର’ (2006-09) ଓ ‘ବାଲିକା ବଧୂ’(2008-2016 ଭଳି ଟିଭି ଧାରାବାହିକରେ ମଧ୍ୟ କାମ କରି ଲୋକପ୍ରିୟ ହୋଇଥିଲେ।

ABOUT THE AUTHOR

...view details