ଓଡିଶା

odisha

ETV Bharat / sitara

ଫିଲ୍ମଫେୟାର@2019: ଜାଣନ୍ତୁ କିଏ ଜିତିଲେ କେଉଁ ଆୱାର୍ଡ

ମୁମ୍ବାଇର ଜିଓ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି 64ତମ ଫିଲ୍ମଫେୟାର ଆୱାର୍ଡ 2019। ଆୱାର୍ଡ ସେରିମୋନୀରେ ଷ୍ଟାରମାନଙ୍କ ଧମାକାଦାର ପର୍ଫମାନ୍ସ ସହ ପ୍ରଥମଥର ପାଇଁ ରଣବୀର ଓ ଆଲିୟାଙ୍କ ଷ୍ଟେଜ ରୋମାନ୍ସ ଦେଖିବାକୁ ପାଇଛନ୍ତି ଦର୍ଶକ। ଖାଲି ରୋମାନ୍ସ ନୁହେଁ ଏଥର ଉଭୟ ଜିତିଛନ୍ତି ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀର ସମ୍ମାନ...

ଫାଇଲ ଫଟୋ

By

Published : Mar 24, 2019, 10:16 AM IST


ମୁମ୍ବାଇ: 64ତମ ଫିଲ୍ମଫେୟାର ଆୱାର୍ଡ 2019କୁ ବଲିଉଡ ଷ୍ଟାରମାନେ ନିଜନିଜ ପର୍ଫମାନ୍ସ ଦ୍ବାରା ଚାରଚାନ୍ଦ ଲଗାଇଛନ୍ତି। ଖାଲି ପର୍ଫମାନ୍ସ ନୁହେଁ ବରଂ ଆୱାର୍ଡ ସ୍ବରୁପ ବ୍ଲାକ ଲେଡିଙ୍କୁ ବି ହାସଲ କରିଛନ୍ତି ଅନେକ ସୁପରଷ୍ଟାର । କିନ୍ତୁ ଏହି ଆୱାର୍ଡ ସେରିମୋନୀରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ରଣବୀର କପୁର ଓ ଆଲିୟା ଭଟ୍ଟ ।

ଧମାକାଦାର ପର୍ଫମାନ୍ସ ହେଉ କି ଆୱାର୍ଡ ହେଉ ସବୁଥିରେ କମାଲ କରିଛନ୍ତି ବି-ଟାଉନର ମୋଷ୍ଟ ୱାଣ୍ଟେଡ କପଲ ରଣବୀର-ଆଲିୟା। ଫିଲ୍ମ 'ସଞ୍ଜୁ' ପାଇଁ ଅଭିନେତା ରଣବୀର କପୁର ଶ୍ରେଷ୍ଠ ଅଭିନେତାର ଆୱାର୍ଡ ପାଇଥିବାବେଳେ ଫିଲ୍ମ 'ରାଜି' ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ ପାଇଛନ୍ତି ଅଭିନେତ୍ରୀ ଆଲିୟା ଭଟ୍ଟ। ଚାଲନ୍ତୁ ଜାଣିବା କିଏ ଜିତିଛନ୍ତି କେଉଁ ଆୱାର୍ଡ:-

ଶ୍ରେଷ୍ଠ ଅଭିନେତା (ପପୁଲାର)- ରଣବୀର କପୁର (ସଞ୍ଜୁ)

ଶ୍ରେଷ୍ଠ ଅଭିନେତ୍ରୀ(ପପୁଲାର)- ଆଲିୟା ଭଟ୍ଟ(ରାଜି)

ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ)- ରଣବୀର ସିଂହ( ପଦ୍ମାବତ), ଆୟୁସ୍ମାନ ଖୁରାନା(ଅନ୍ଧାଧୁନ)

ଶ୍ରେଷ୍ଠ ଅଭିନେତ୍ରୀ( କ୍ରିଟିକ୍ସ)- ନିନା ଗୁପ୍ତା( ବଧାଇ ହୋ)

ଶ୍ରେଷ୍ଠ ନିର୍ଦ୍ଦେଶକ- ମେଘନା ଗୁଲଜାର( ରାଜି)

ଶ୍ରେଷ୍ଠ ଫିଲ୍ମ (ପପୁଲାର)- ରାଜି

ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍ସ)- ଅନ୍ଧାଧୁନ

ଶ୍ରେଷ୍ଠ ସହକଳାକାର (ପୁରୁଷ)-ଗଜରାଜ ରାଓ (ବଧାଇ ହୋ), ଭିକୀ କୌଶଲ( ସଞ୍ଜୁ)

ଶ୍ରେଷ୍ଠ ସହକଳାକାର( ମହିଳା)- ସୁରେଖା ସିକ୍ରୀ( ବଧାଇ ହୋ)

ଶ୍ରେଷ୍ଠ ଅରିଜିନାଲ କାହାଣୀ- ମୁଲ୍କ( ଅନୁଭବ ସିହ୍ନା)

ଶ୍ରେଷ୍ଠ ଡାଇଲଗ- ବଧାଇ ହୋ (ଅକ୍ସତ ଘିଲଡିଆଲ)

ଶ୍ରେଷ୍ଠ ସ୍କ୍ରିନପ୍ଲେ- (ଅନ୍ଧାଧୁନ)ଶ୍ରୀରାମ ରାଘବନ, ଅରିଜିତ ବିଶ୍ବାସ, ପୁଜା ଲଢା ଶ୍ରୁତି, ୟୋଗେଶ ଚାନ୍ଦେକର ଓ ହେମନ୍ତ ରାଓ

ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ- ଶ୍ରୀଦେବୀ

ଶ୍ରେଷ୍ଠ ଡେବ୍ୟୁଟାଣ୍ଟ(ପୁରୁଷ)- ଇଶାନ ଖଟ୍ଟର( ବିୟଣ୍ଡ ଦି କ୍ଲାଉଡ୍ସ)

ଶ୍ରେଷ୍ଠ ଡେବ୍ୟୁଟାଣ୍ଟ(ମହିଳା)- ସାରା ଅଲ୍ଲୀ ଖାନ( କେଦାରନାଥ)

ଶ୍ରେଷ୍ଠ ଡେବ୍ୟୁଟାଣ୍ଟ ନିର୍ଦ୍ଦେଶକ- ଅମର କୌଶିକ(ସ୍ତ୍ରୀ)

ଶ୍ରେଷ୍ଠ ଆକ୍ସନ- (ମୁକ୍କାବାଜ) ବିକ୍ରମ ଦାହିୟା ଓ ସୁନିଲ ରୋଦ୍ରିଗ୍ୟୁଏଜ

ଶ୍ରେଷ୍ଠ ମ୍ୟୁଜିକ- ପଦ୍ମାବତ(ସଞ୍ଜୟ ଲୀଲା ଭଂସାଲୀ)

ଶ୍ରେଷ୍ଠ ଗାୟକ- ଅରିଜିତ ସିଂହ (ଏ ୱତନ)

ଶ୍ରେଷ୍ଠ ଗାୟିକା- ଶ୍ରେୟା ଘୋଷାଲ( ଘୁମର)

ଶ୍ରେଷ୍ଠ ଏଡିଟିଂ- ଅନ୍ଧାଧୁନ

ଶ୍ରେଷ୍ଠ ସାଉଣ୍ଡ ଡିଜାଇନ-ତୁମ୍ବାଡ(କୁନାଲ ଶର୍ମା)

ଶ୍ରେଷ୍ଠ କଷ୍ଟ୍ୟୁମ- ମଣ୍ଟୋ( ଶୀତଲ ଶର୍ମା)


For All Latest Updates

ABOUT THE AUTHOR

...view details