ଓଡିଶା

odisha

ETV Bharat / sitara

ବଢୁଛି 'ର'ର ଆୟ, ଜାଣନ୍ତୁ କେତେ ?

ଗତ ଶୁକ୍ରବାର ରିଲିଜ ହୋଇଥିବା ଜନ ଆବ୍ରାହମଙ୍କ ଚର୍ଚ୍ଚିତ ଫିଲ୍ମ 'ରୋମିୟୋ ଆକବର ୱାଲ୍ଟର' ଏବେ ଧିରେ ଧିରେ ବକ୍ସ ଅଫିସରେ ଭଲ ଆୟ କରିବାରେ ଲାଗିଛି । ଫିଲ୍ମରେ ଜ୍ୟାକି ଶ୍ରଫ, ସୁଚିତ୍ରା କୃଷ୍ଣାମୂର୍ତ୍ତି ଓ ସିକନ୍ଦର ଖେର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

By

Published : Apr 8, 2019, 7:37 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ତରଣ ଆଦର୍ଶ

ନୂଆଦିଲ୍ଲୀ: ବଲିଉଡର ହ୍ୟାଣ୍ଡସମ ଅଭିନେତା ଜନ ଅବ୍ରାହମଙ୍କ ଫିଲ୍ମ 'ର' (ରୋମିୟା ଆକବର ୱାଲ୍ଟର) ରିଲିଜର ପ୍ରଥମ ଦିନରେ ଆୟ ଟିକେ ମାନ୍ଦା ରହିଥିଲା । କିନ୍ତୁ ଏବେ ଫିଲ୍ମଟି ଭଲ ଆୟ କରିବାରେ ସଫଳ ହୋଇଛି । ଏହି ଫିଲ୍ମରେ ଜନ ଜଣେ ଜାସୁସ ଭୂମିକାରେ ଅଭିନୟ କରୁଥିବା ଦେଖାଯାଇଛନ୍ତି । ଫିଲ୍ମରେ ଜନଙ୍କ ଭୂମିକା ଏମିତି ଜଣେ ଜାସୁସର ହୋଇଛି, ଯିଏ ପାକିସ୍ତାନ ଯାଇ ସେଠାକାର ଅନେକ ରହସ୍ୟ ଉପରୁ ପରଦା ଉଠାଉଛନ୍ତି । ନିଜର ପ୍ରଚଣ୍ଡ ବୁଦ୍ଧି ଜରିଆରେ ଜନ ପାକିସ୍ତାନର ଷଡଯନ୍ତ୍ରକୁ ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ।

ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ରବି ଗରେୱାଲ ସମ୍ଭାଳିଛନ୍ତି । ଦର୍ଶକ ଫିଲ୍ମକୁ ଦେଖି ପ୍ରତିକ୍ରିୟା ରଖିଥିଲେ କି ଫିଲ୍ମର କାହାଣୀ ଶାନଦାର ହୋଇଛି । ତଥାପି ଫିଲ୍ମଟି ରିଲିଜର ପ୍ରଥମ ଦିନରେ ଶାନଦାର ଆୟ କରିବାରେ ଅସଫଳ ହୋଇଥିଲା । କିନ୍ତୁ ଏବେ ଫିଲ୍ମର ଆୟରେ ଜବରଦସ୍ତ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି ଫିଲ୍ମ କ୍ରିଟିକ ଓ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ଫ୍ୟାନ୍ସଙ୍କୁ ଫିଲ୍ମ ଆୟ ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଫିଲ୍ମଟି ପ୍ରଥମ ଦିନରେ 6 କୋଟି, ଦ୍ବିତୀୟ ଦିନରେ 7.70 କୋଟି ଏବଂ ତୃତୀୟ ଦିନ ଅର୍ଥାତ୍ ଶନିବାର 9 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ଏହି ହିସାବରେ ଫିଲ୍ମ ବକ୍ସ ଅଫିସରେ ତିନି ମଧ୍ୟରେ 22.70 କୋଟି ଟଙ୍କା ଆୟ କରିସାରିଲାଣି । ଫିଲ୍ମରେ ଜନଙ୍କ ଅପୋଜିଟରେ ମୌନି ରାୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

For All Latest Updates

ABOUT THE AUTHOR

...view details