ଓଡିଶା

odisha

By

Published : May 5, 2019, 11:10 AM IST

ETV Bharat / sitara

ଅକ୍ଷୟଙ୍କୁ ନ୍ୟାସନାଲ ଆୱାର୍ଡ ମିଳିବା ଉପରେ ପ୍ରଶ୍ନ

ଅକ୍ଷୟଙ୍କ ଉପରେ ବିବାଦ ଦିନକୁ ଦିନ ବଢିବାରେ ଲାଗୁଛି । ପ୍ରଥମେ କନ୍ନଡିୟ ନାଗରିକତା କାରଣରୁ ଆଉ ଏବେ ନ୍ୟାସନାଲ ଆୱାର୍ଡ ମିଳିଥିବା ଉପରେ । ତେବେ ଅକ୍ଷୟଙ୍କୁ ନ୍ୟାସନାଲ ଆୱାର୍ଡ ମିଳିବା ଉପରେ ପ୍ରଶ୍ନ ଉଠାଇଛନ୍ତି ବଲିଉଡ ଲେଖକ ଅପୂର୍ବ ଅସରାନି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଅକ୍ଷୟ କୁମାରଙ୍କ ଉପରେ ବିବାଦ ବଢିବାରେ ଲାଗିଛି । କନ୍ନଡିୟ ନାଗରିକତା ପରେ ଏବେ ନ୍ୟାସନାଲ ଆୱାର୍ଡ ମିଳିବ ଉପରେ ପ୍ରଶ୍ନ ଉଠାଇଛନ୍ତି ବଲିଉଡ ଲେଖକ ଅପୂର୍ବ ଅସରାନି ।

ତେବେ ଅକ୍ଷୟ 2017ରେ ଫିଲ୍ମ ରୁସ୍ତମ ଓ ଏୟାରଲିଫ୍ଟ ପାଇଁ ଶ୍ରେଷ୍ଠ ଅଭିନେତାର ନ୍ୟାସନାଲ ଆୱାର୍ଡ ପାଇଥିଲେ । କିନ୍ତୁ ଅପୂର୍ବଙ୍କ କହିବାନୁସାରେ , କ'ଣ କନ୍ନଡିୟ ନାଗରିକଙ୍କୁ ଭାରତୀୟ ଆୱାର୍ଡ ମିଳିବା ଉଚିତ କି? ଓ ସେହି ବର୍ଷ ଆଲିଗଡ ପାଇଁ ମନୋଜ ବାଚ୍ଚପେୟୀଙ୍କର ଜିତିବାର ସମ୍ଭାବନା ଥିଲା । ଯଦି ଏହା ଭୁଲ ତେବେ ଏହାକୁ ସଂଶୋଧନ କିପରି କରାଯିବ? ବୋଲି ଟ୍ବିଟ କରିଛନ୍ତି ଅପୂର୍ବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଏହି ଟ୍ବିଟର ଜବାବରେ ନ୍ୟାସନାଲ ଆୱାର୍ଡର ବିଚାରକ ଥିବା ନିର୍ଦ୍ଦେଶକ ରାହୁଲ ଢୋଲକିୟା ଟ୍ବିଟ କରି କହିଥିଲେ ଅଲଗା ଦେଶର ନାଗରିକଙ୍କୁ ମଧ୍ୟ ନ୍ୟାସନାଲ ଆୱାର୍ଡ ଦିଆଯାଇପାରିବ ।

ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଅନେକ ବଲିଉଡ କଳାକାର ନିଜ ମତ ରଖିଥିଲେ ମାତ୍ର ଅକ୍ଷୟ କୁମାରଙ୍କୁ ଭୋଟ ଦେବାର ଦେଖାଯାଇନଥିଲା ଏନେଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିଲେ ଅକ୍ଷୟ ଏହାସହ ତାଙ୍କ କନ୍ନଡିୟ ନାଗରିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହାର ଜବାବରେ ଅକ୍ଷୟ କହିଥିଲେ 'ମୋ ଦେଶଭକ୍ତିକୁ ମୁଁ କାହା ଆଗରେ ପ୍ରମାଣିତ କରିବି ନାହିଁ'।

ABOUT THE AUTHOR

...view details