ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ’ ରିଲିଜକୁ 22 ବର୍ଷ ପୂରଣ ହୋଇଛି । ଫିଲ୍ମ 1999 ଜୁନ 18ରେ ରିଲିଜ ହୋଇଥିଲା । ସୁପରଷ୍ଟାର ସଲମାନ ଖାନ, ଐଶ୍ଚର୍ଯ୍ୟ ରାୟ ବଚ୍ଚନ ଓ ଅଜୟ ଦେବଗନ ଫିଲ୍ମରେ ଦମଦାର ଅଭିନୟ କରିଥିଲେ । ସେହି ବର୍ଷ ରିଲିଜ ହୋଇଥିବା ସଫଳ ଫିଲ୍ମ ମଧ୍ୟରେ ଏହି ଫିଲ୍ମ ଅନ୍ୟତମ ଥିଲା । ସେପଟେ ଫିଲ୍ମ ରିଲିଜ ଅବସରରେ ଷ୍ଟାରକାଷ୍ଟ ସୋସିଆଲ ମିଡିଆରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଫିଲ୍ମର କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଐଶ । ଯେଉଁଥିରେ ତାଙ୍କ ସହ ନଜର ଆସୁଛନ୍ତି ସଞ୍ଜୟ । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘2ହମ୍ ଦିଲ ଦେ ଚୁକେ ସନମର 22 ବର୍ଷ । ମତେ ମନେ ଅଛି ପ୍ରେମ ଆଉ ସ୍ନେହ । ହେଲେ ମୋ ସ୍ନେହର ସଞ୍ଜୟ ସବୁବେଳେ ଶାନଦାର । ସବୁ ଜିନିଷ ପାଇଁ ଧନ୍ୟବାଦ । ଦୁନିଆର ସବୁ ଦର୍ଶକ, ପ୍ରେମ କରୁଥିବାର ପରିବାର, ଶୁଭଚିନ୍ତକଙ୍କୁ ମଧ୍ୟ ଧନ୍ୟବାଦ ।’