ସାନ ଫ୍ରାନ୍ସିସ୍କୋ: ୟୁଟ୍ୟୁବର୍ଙ୍କ ପାଇଁ ଖୁସି ଖବର । ମଲ୍ଟି-ଲାଙ୍ଗୁଏଜ୍ ଅଡିଓ ଫିଚର୍ସ ଆଣୁଛି ପ୍ଲାଟଫର୍ମ । ଭିଡିଓ-ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଘୋଷଣା କରିଛି ଯେ, ବହୁଭାଷୀ ଅଡିଓ ଟ୍ରାକ୍ ପାଇଁ ସପୋର୍ଟ ଆରମ୍ଭ ହେବାକ ଯାଉଛି, ଯାହାକି କ୍ରିଏଟର୍ସଙ୍କୁ ସେମାନଙ୍କର ନୂତନ ଏବଂ ଅପଲୋଡ୍ କରିଥିବା ଭିଡିଓଗୁଡ଼ିକୁ ବିଭିନ୍ନ ଭାଷାରେ ଡବ୍ କରିବାକୁ ସୁବିଧା ଦେବ । ଗତ ଏକ ବର୍ଷ ମଧ୍ୟରେ, କମ୍ପାନୀ ଲୋକପ୍ରିୟ ୟୁଟ୍ୟୁବ୍ କଣ୍ଟେଣ୍ଟ କ୍ରିଏଟର୍ ଜିମି ଡୋନାଲ୍ଡସନ୍ ଉର୍ଫ Mr Beast ଏବଂ କ୍ରିଏଟର୍ସଙ୍କ ଏକ ଛୋଟ ଗ୍ରୁପ୍କୁ ନେଇ ଏହି ଫିଚର୍ସ ପରୀକ୍ଷଣ କରୁଛି ।
ଏହା ମଧ୍ୟ ପଢନ୍ତୁ:-WhatsApp New Features: ଏଣିକି ସେଣ୍ଡ୍ କରିସାରିଥିବା ମେସେଜ୍କୁ ବି ଏଡିଟ୍ କରିହେବ
ଗୁରୁବାର(ଫେବ୍ରୁଆରୀ 23)ରେ କମ୍ପାନୀ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଦର୍ଶକଙ୍କ ପାଇଁ ମଲ୍ଟି-ଲାଙ୍ଗୁଏଜ୍ ଅଡିଓ ଅର୍ଥ ହେଉଛି, ସେମାନେ ବର୍ତ୍ତମାନ ନିଜ ଭାଷାରେ ଡବ୍ କରାଯାଇଥିବା ଭିଡିଓ ଦେଖିପାରିବେ, ଯାହା ସେମାନଙ୍କୁ ଆହୁରି ଅଧିକ କଣ୍ଟେଟ୍ ଯୋଗାଇପାରିବ । ଆମେ ଜାଣିବାକୁ ପାଇଲୁ ଯେ, କ୍ରିଏଟର୍ସ ଏକାଧିକ ଭାଷାରେ ଡବ୍ ହୋଇଥିବା ଭିଡିଓଗୁଡ଼ିକୁ ପରୀକ୍ଷା କରୁଥିବା ସମୟର ନିଜର ଭିଡିଓ ଦେଖିବା ସମୟର 15 ପ୍ରତିଶତ ଏହି ଭିଡିଓଗୁଡିକୁ ଦେଖିବାରେ ସମୟ ଅତିବାହିତ କରୁଛନ୍ତି ।