ହାଇଦ୍ରାବାଦ:ପୁଣି ୟୁଟ୍ୟୁବ୍ର ଆକ୍ସନ୍ । ବିଭ୍ରାନ୍ତକାରୀ ତଥ୍ୟ ଅପଲୋଡ୍ କରିବାରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ଆପ୍ରୁ ଡିଲିଟ କରାଗଲା 19 ଲକ୍ଷ ଭିଡିଓ । ଭିଡିଓ ସେୟାରିଂ ଆପ୍ ୟୁଟ୍ୟୁବ୍ କମ୍ୟୁନିଟି ଗାଇଡଲାଇନ୍ର ଉଲଂଘନ କରିବା ଯୋଗୁଁ ଭାରତରେ 19 ଲକ୍ଷ ଭିଡିଓ ରିମୁଭ ବା ଡିଲିଟ କରିଥିବା ସୂଚନା ଦିଆଯାଇଛି । ଡିଲିଟ ହୋଇଥିବା ସମସ୍ତ ଭିଡିଓ 2023 ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭାରତରେ ଅପଲୋଡ ହୋଇଥିବା ଭିଡିଓ ଅଟେ। ଏହାସହିତ ବିଶ୍ବ ସ୍ତରରେ 6.48 ମିଲିୟନ ଭିଡିଓକୁ ଡିଲିଟ କରାଯାଇଥିବା ଜଣାପଡ଼ିଛି ।
8.7 ମିଲିୟନରୁ ଅଧିକ ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ:
ଖବର ଅନୁଯାୟୀ, ଗତ ଜାନୁଆରୀଠାରୁ ମାର୍ଚ୍ଚ ମଧ୍ୟରେ ଗ୍ଲୋବାଲି 8.7 ମିଲିୟନରୁ ଅଧିକ ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ୟୁଟ୍ୟୁବ୍ । ସମସ୍ତ ଚ୍ୟାନେଲକୁ ରିମୁଭ୍ କରାଯାଇଛି । ୟୁଟ୍ୟୁବର ସ୍ପାମ୍ ପଲିସିର ଉଲ୍ଲଂଘନ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି । ଏଥିରେ ସ୍କାମ୍, ଭିଡିଓ ଏବଂ କମେଣ୍ଟ୍ ସ୍ପାମ୍ ଏବଂ ବିଭ୍ରାନ୍ତକାରୀ ଥମ୍ବନେଲ୍ ସାମିଲ ରହିଛି । ଅନୁରୂପ ଭାବରେ ୟୁଟ୍ୟୁବ୍ 853 ମିଲିୟନରୁ ଅଧିକ ଟିପ୍ପଣୀ ବା କମେଣ୍ଟକୁୁ ହାଇଡ୍ ବା ଅପସାରଣ କରିଛି । ଏଥିମଧ୍ୟରୁ ଅଧିକାଂଶ ସ୍ପାମ୍ ବୋଲି ଜଣାପଡ଼ିଥିଲା ।