ଓଡିଶା

odisha

ETV Bharat / science-and-technology

YouTube 4K ଭିଡିଓ ପାଇଁ ଦେବାକୁ ପଡିବ ଟଙ୍କା ! ସରିଲା ପ୍ରିମିୟମ୍ ସବସ୍କ୍ରିପସନ୍ ପରୀକ୍ଷଣ

4K ରିଜୋଲୁସନ ଭିଡିଓ ଦେଖିବା ପାଇଁ ପ୍ରିମିୟମ୍ ସବସ୍କ୍ରିପସନ୍ ପରୀକ୍ଷା ସମାପ୍ତ କଲା ୟୁଟ୍ୟୁବ୍(YouTube ends its Premium paywall experiment for 4K videos) । ଅଧିକ ପଢନ୍ତୁ

By

Published : Oct 18, 2022, 4:30 PM IST

YouTube 4K ଭିଡିଓ ପାଇଁ ଦେବାକୁ ପଡିବ ଟଙ୍କା ! ସରିଲା ପ୍ରିମିୟମ୍ ସବସ୍କ୍ରିପସନ୍ ପରୀକ୍ଷଣ
YouTube 4K ଭିଡିଓ ପାଇଁ ଦେବାକୁ ପଡିବ ଟଙ୍କା ! ସରିଲା ପ୍ରିମିୟମ୍ ସବସ୍କ୍ରିପସନ୍ ପରୀକ୍ଷଣ

ସାନ ଫ୍ରାନ୍ସିସ୍କୋ: ଏଣିକି ୟୁଟ୍ୟୁବ୍‌ରେ 4K ରିଜୋଲୁସନ ଭିଡିଓ ଦେଖିବା ପାଇଁ ପ୍ରିମିୟମ ସବ୍‌କ୍ରିପସନ୍ କରିବାକୁ ପଡିପାରେ । ଅର୍ଥାତ୍ ଏଥିପାଇଁ ଦେୟ ଦେବାକୁ ପଡିବ । ଏନେଇ ଏକ ପରୀକ୍ଷା ସମାପ୍ତ କରିଛି କମ୍ପାନୀ, ଯେଉଁଥିରେ 4K ରିଜୋଲୁସନ ଭିଡିଓ ପାଇଁ ପ୍ରିମିୟମ୍ ସବସ୍କ୍ରିପସନ୍ ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ:ବିଶ୍ୱରେ ବିପଦଜନକ ଦେଶ ମଧ୍ୟରୁ ଗୋଟିଏ ପାକିସ୍ତାନ: ଆମେରିକା ରାଷ୍ଟ୍ରପତି

ପରୀକ୍ଷଣରେ, ଗୁଗୁଲ୍ ମାଲିକାନା ଷ୍ଟ୍ରିମିଂ ପ୍ଲାଟଫର୍ମ କିଛି ଉପଭୋକ୍ତାଙ୍କୁ 4K ରିଜୋଲ୍ୟୁସନ୍‌ରେ ଭିଡିଓ ଦେଖିବା ପାଇଁ ଏକ ପ୍ରିମିୟମ୍ ଆକାଉଣ୍ଟ୍ ପାଇଁ ଦେୟ ଦେବାକୁ ପଡିବ(Premium subscription for 4K resolution videos) । କିନ୍ତୁ ବ୍ୟବହାରକାରୀଙ୍କ ନାପସନ୍ଦ କାରଣରୁ ବର୍ତ୍ତମାନ ଏହି ପରୀକ୍ଷା ବନ୍ଦ କରିଦିଆଯାଇଥିବା ଟେକ୍ କ୍ରଞ୍ଚ ରିପୋର୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ:ଆଜି ଭାରତ ଆସିବେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ

ୟୁଟ୍ୟୁବ ଏକ ଟୁଇଟ୍‌ରେ କହିଛି, "ଆମେ ଏହି ପରୀକ୍ଷଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛୁ । ଦର୍ଶକମାନେ ବର୍ତ୍ତମାନ ପ୍ରିମିୟମ ସଦସ୍ୟତା ବିନା 4K ଗୁଣାତ୍ମକ(quality) ରିଜୋଲ୍ୟୁସନ୍ ପାଇବାକୁ ସକ୍ଷମ ହେବା ଉଚିତ୍ ।" ଯଦି ଏହି ନିର୍ଦ୍ଦିଷ୍ଟ ପ୍ଲାନ୍ ପ୍ରିମିୟମ୍ ସ୍ତରକୁ ସ୍ଥାନାନ୍ତରିତ ହୁଏ ତେବେ ଉପଭୋକ୍ତାମାନେ କିପରି ପ୍ରତିକ୍ରିୟା କରିବେ ଜାଣିବା ପାଇଁ ଷ୍ଟ୍ରିମିଂ ପ୍ଲାଟଫର୍ମ ଏହି ପରୀକ୍ଷଣ କରିଥିଲା ବୋଲି କମ୍ପାନୀ କହିଛି ।

ଏହା ମଧ୍ୟ ପଢନ୍ତୁ:UK PM crisis: ସଙ୍କଟରେ ଲିଜ ଟ୍ରସଙ୍କ ଗାଦି, କମବ୍ୟାକ କରିବେ କି ସୁନକ

ପ୍ରିମିୟମ୍ ଏବଂ ଅଣ-ପ୍ରିମିୟମ୍ ଦର୍ଶକଙ୍କ ଫିଚର୍ସ ପସନ୍ଦକୁ ଭଲଭାବେ ଜାଣିବା ଏହା ଆମର ପରୀକ୍ଷଣର ଏକ ଅଂଶ, ବୋଲି କମ୍ପାନୀର ଏକ ଡିଲିଟେଡ୍ ଟ୍ବିଟରରେ କୁହାଯାଇଥିଲା । ୟୁଟ୍ୟୁବ୍ ମ୍ୟୁଜିକ୍ ଏବଂ ପ୍ରିମିୟମ୍ ଅଫରର 50 ମିଲିୟନରୁ ଅଧିକ ପେଡ୍ ଗ୍ରାହକ ଥିବା କମ୍ପାନୀ ଦାବି କରିଛି । ପ୍ରିମିୟମ୍ ସବସ୍କ୍ରିପସନ୍‌ରେ ବିଜ୍ଞାପନମୁକ୍ତ ଭ୍ୟୁ, ଅଫଲାଇନ୍ ବ୍ୟବହାର ପାଇଁ ଭିଡିଓ ଡାଉନଲୋଡ୍ ଏବଂ ବ୍ୟାକଗ୍ରାଉଣ୍ଡ ପ୍ଲେ ଭଳି ଫିଚର୍ସ ଅନ୍ତର୍ଭୁକ୍ତ ବୋଲି ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଋଷରେ ଦୁର୍ଘଟଣାଗ୍ରସ୍ତ ହୋଇ ବିଲ୍ଡିଂ ଉପରେ ଖସିଲା ଯୁଦ୍ଧ ବିମାନ, ଉଦ୍ଧାର କାର୍ଯ୍ୟ ଜାରି

ନିକଟରେ କମ୍ପାନୀ ହ୍ୟାଣ୍ଡଲ୍ସ ପ୍ରବର୍ତ୍ତନ କରିଥିଲା, ଯାହାକି ଷ୍ଟ୍ରିମିଂ ପ୍ଲାଟଫର୍ମରେ କ୍ରିଏଟର୍ସ ଏବଂ ପରସ୍ପର ସହ ସହଜରେ ଲୋକଙ୍କୁ ଖୋଜିବା ଏବଂ ଜଡିତ ହେବା ପାଇଁ ଏକ ଉପାୟ । ଚ୍ୟାନେଲ ପେଜ୍ଗୁଡ଼ିକ ଏବଂ ସର୍ଟସ(Shorts)ରେ ହ୍ୟାଣ୍ଡେଲଗୁଡିକ ଦୃଶ୍ୟମାନ ହେବ । ଯାହା ଦ୍ବାରା ସେଗୁଡ଼ିକ ତୁରନ୍ତ ଏବଂ କ୍ରମାଗତ ଭାବରେ ଚିହ୍ନିତ ହୋଇପାରିବ । ଏହା କମେଣ୍ଟ, କମ୍ୟୁନିଟି ପୋଷ୍ଟ, ଭିଡିଓ ଡେସକ୍ରିପସନ ପାଇଁ ସରଳ ଏବଂ ଶୀଘ୍ର ହେବ ।

ABOUT THE AUTHOR

...view details