ହାଇଦ୍ରାବାଦ:ଡିଜିଟାଲ୍ ଯୁଗରେ ପ୍ରତି ସମୟରେ ଲୋକଙ୍କୁ ଫେସବୁକ୍ ଏବଂ ୟୁଟ୍ୟୁବର ଆବଶ୍ୟକତା ରହିଥାଏ । ପ୍ରାୟତଃ ସମସ୍ତେ ୟୁଟ୍ୟୁବରେ ନ୍ୟୁଜ୍ ବା ଖବର ଦେଖିଥାଆନ୍ତି । ମେଟ୍ରୋ, ବସ୍ ହେଉ କିମ୍ବା ପାର୍କରେ ବସି ସମସ୍ତେ ୟୁଟ୍ୟୁବରେ ସେମାନଙ୍କର ପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଦେଖିଥାଆନ୍ତି। ତେବେ ଅନେକ ସମୟରେ ୟୁଟ୍ୟୁବରେ ମିଥ୍ୟା ଖବର ଏବଂ ନକଲି ଥମ୍ବନେଲ ଲଗାଇ ଖବର ପରିବେଷଣ କରାଯାଇଥାଏ। ଯାହାର ପ୍ରଭାବ ୟୁଜର୍ସମାନଙ୍କ ଉପରେ ପଡିଥାଏ। ତେବେ ଏହି ସମସ୍ୟାର ମୁକାବିଲା କରିବା ପାଇଁ କମ୍ପାନୀ ଆପରେ 'ନ୍ୟୁଜ୍ ଷ୍ଟୋରୀ' ନାମକ ଏକ ଫିଚର ରୋଲଆଉଟ କରିଛି । ତେବେ ବର୍ତ୍ତମାନ ଏହି ଫିଚର ମୋବାଇଲରେ ଉପଲବ୍ଧ ହୋଇଥିବା ବେଳେ ପରବର୍ତ୍ତି ସମୟରେ ଡେକ୍ସଟପରେ ମଧ୍ୟ ଉପଲବ୍ଧ ହେବ ବୋଲି କୁହାଯାଇଛି । ୟୁଟ୍ୟୁବର ନ୍ୟୁଜ୍ ଷ୍ଟୋରୀ ଫିଚର ଗୁଗୁଲର ନ୍ୟୁଜ୍ ଫିଡ୍ ପରି କାମ କରିବ। ତେବେ ଏହି ଫିଚର ଦ୍ବାରା ଗୋଟିଏ ନ୍ୟୁଜ ଦେଖିବା ପରେ କମ୍ପାନୀ ଅନ୍ୟ ଏକ ନ୍ୟୁଜ ଦେଖିବା ପାଇଁ ରେକୋମେଣ୍ଡ କରିବା ଯାହାକି ଅଥୋରାଇଜ୍ ଚ୍ୟାନେଲ ସହିତ ସଠିକ ସୂଚନା ହୋଇଥିବ ।
ନୂଆ ଫିଚର ଦ୍ବାରା ଏହି ଫିଚର ମିଳିବ: ୟୁଟ୍ୟୁବର ନ୍ୟୁଜ୍ ଷ୍ଟୋରୀ ଦ୍ବାରା ମିଥ୍ୟା କିମ୍ବା ବିଭ୍ରାନ୍ତକାରୀ ତଥ୍ୟ ପାଇବେନି ୟୁଜର୍ସ । ଯେତେବେଳେ ଆପଣ ଗୋଟିଏ ନ୍ୟୁଜ୍ ଦେଖୁଥିବେ ସେତେବେଳେ ନିମ୍ନରେ ବିଭିନ୍ନ ପ୍ରାଧିକୃତ ଚ୍ୟାନେଲ୍ରୁ ସେହି ସମ୍ବନ୍ଧୀୟ ଖବର ରେକମେଣ୍ଡ୍ କରିବ । ସେହି ବିଷୟ ସହିତ ଜଡିତ ଲାଇଭ୍ ଷ୍ଟ୍ରିମ୍, ପଡ୍କାଷ୍ଟ, ସର୍ଟ ଭିଡିଓ ଇତ୍ୟାଦି ମଧ୍ୟ ନିମ୍ନରେ ଦିଆଯାଇଥିବା ଫିଡରେ ଦେଖାଯିବ । ଏହା ମାଧ୍ୟମରେ ୟୁଜର୍ସ ସଠିକ ସୂଚନା ପାଇବେ । ୟୁଟ୍ୟୁବର ନ୍ୟୁଜ ଷ୍ଟୋରୀ ଫିଚର ଖୁବଶୀଘ୍ର 40ଟି ଦେଶରେ ରୋଲଆଉଟ ହୋଇପାରେ । ତେବେ ଆଗାମୀ ଦିନରେ ଖୁବଶୀଘ୍ର ମୋବାଇଲ ବ୍ୟତୀତ ଡେକ୍ସଟପରେ ମଧ୍ୟ ଏହି ଫିଚର ଲଞ୍ଚ ହୋଇପାରେ ।