ହାଇଦ୍ରାବାଦ:ଅପେକ୍ଷାର ଅନ୍ତ ଘଟିଲା । ଘୋଷଣା କରିବାର 2 ମାସ ଭିତରେ ନୂଆ ଫିଚର ରୋଲଆଉଟ କରିଲେ ଏଲନ ମସ୍କ। ଏକ୍ସ(ପୂର୍ବର ଟ୍ବିଟର)ରେ ଅଡିଓ ଏବଂ ଭିଡିଓ କଲର ସୁବିଧା ମିଳିବା ନେଇ ମସ୍କ ଅଗଷ୍ଟ 31 ତାରିଖରେ ଘୋଷଣା କରିଥିବା ବେଳେ ଆଜି(ଗୁରୁବାର) ଆପରେ ଏହାରୁ ରୋଲଆଉଟ କରାଯାଇଛି । ଏନେଇ କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋ ଏବଂ ଏଲନ ମସ୍କ ଏକ୍ସରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଆପ ଖୋଲିବା ମାତ୍ରେ ୟୁଜର୍ସଙ୍କୁ Audio and Video calls are here ମେସେଜ ଦେଖାଯାଉଛି ।
ଲିଣ୍ଡା ସେୟାର କଲେ ନୂଆ ଫଟୋ:ଏଣିକି ଏକ୍ସରେ ଅଡିଓ ଏବଂ ଭିଡିଓ କଲ କରିପାରିବେ ୟୁଜର୍ସ । ଏନେଇ ପୂର୍ବରୁ ଏକ୍ସ ସିଇଓ ଲିଣ୍ଡା ଏବଂ କମ୍ପାନୀ ମାଲିକ ଏଲନ ମସ୍କ ଘୋଷଣା କରିଥିଲେ । ଆଜି ଆପରେ ଲିଣ୍ଡା ଭିଡିଓ କଲର ଏକ ସ୍କ୍ରିନସଟ ସେୟାର କରିଛନ୍ତି । ତେବେ କହିରଖୁଛି କି, ଏଲନ ମସ୍କ ଆପକୁ ଏଭ୍ରିଥିଙ୍ଗ କରିବା ନେଇ ସ୍ବପ୍ନ ଦେଖିଥିଲେ । ଏହାର ଅର୍ଥ ଗୋଟିଏ ଆପ ବ୍ୟବହାର କରି ୟୁଜର୍ସ ସମସ୍ତ ସୁବିଧା ପାଇପାରିବେ । ମେସେଜ, ଭିଡିଓ କଲ ଠାରୁ ଆରମ୍ଭ କରି ପେମେଣ୍ଟ ସୁବିଧା ମଧ୍ୟ ପାଇପାରିବେ । ତେବେ ମସ୍କ ଗୋଟିଏ ପରେ ଗୋଟିଏ ଇଚ୍ଛାକୁ କାର୍ଯ୍ୟକାରୀ କରିଲା ଭଳି ମନେ ହେଉଛି ।
ଏହା ମଧ୍ୟ ପଢନ୍ତୁ: X New Subscription plan: 2 ନୂଆ ସବସ୍କ୍ରିପ୍ସନ ପ୍ଲାନ ଲଞ୍ଚ କରିବେ ମସ୍କ