ହାଇଦ୍ରାବାଦ:ଏକ୍ସରେ ଖୁବଶୀଘ୍ର ଦୁଇଟି ନୂଆ ସବସ୍କ୍ରିପ୍ସନ ପ୍ଲାନ ଆଣିବେ ବିଲେନିୟର ଏଲନ ମସ୍କ। ଏନେଇ ଆଜି(ଶୁକ୍ରବାର) ମସ୍କ ନିଜେ ଏକ୍ସରେ ଟ୍ବିଟ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ କମ୍ପାନୀ 900 ଟଙ୍କାରେ ପ୍ଲାନ ରୋଲଆଉଟ କରିଥିବା ବେଳେ ଏହା ଦ୍ବାରା ୟୁଜର୍ସଙ୍କୁ Ads ପ୍ରଦାନ କରିଥାଏ । ତେବେ ଏହି ପ୍ଲାନ ଅଧିକ ମହଙ୍ଗା ହୋଇଥିବା କାରଣରୁ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ଏହି ସମସ୍ୟାରୁ ମୁକୁଳିବା ପାଇଁ ଏଲନ ମସ୍କ ପୁଣି ଥିରେ ଦୁଇଟି ନୂଆ ସବସ୍କ୍ରିପ୍ସନ ପ୍ଲାନ ଲଞ୍ଚ କରିବେ ବୋଲି ସୂଚନା ଦେଇଛନ୍ତି ।
କମ ଦାମ ଦେଇ ଦେଖିପାରିବେ Ads: ଏଲନ ମସ୍କ ଟ୍ବିଟ କରି କହିଛନ୍ତି, "କମ ଟଙ୍କାରେ ମିଳିବାକୁ ଥିବା ପ୍ରିମିୟମ ପ୍ଲାନରେ ଅନେକ ଫିଚର ପାଇବେ ୟୁଜର୍ସ । ଏହାସହ ଆଡ ମଧ୍ୟ ଦେଖିପାରିବେ । ପୂର୍ବରୁ ୟୁଜର୍ସ ଯେତେକି ଆଡ ଦେଖୁଥିଲେ ଏବେ ମଧ୍ୟ ସେତିକି ଦେଖିବେ ୟୁଜର୍ସ । ତେବେ ଆଉ ଏକ ମହଙ୍ଗା ପ୍ରିମିୟମ ପ୍ଲାନରେ ଅନେକ ଫିଚର ରହିବ କିନ୍ତୁ ଏଥିରେ ଆଡ ରହିବ ନାହିଁ । ଅର୍ଥାତ ଏହା ଆଡ ଫ୍ରି ଫ୍ଲାନ ହେବ ।" ତେବେ ବର୍ତ୍ତମାନ ଏହି ପ୍ରିମିୟମ ପ୍ଲାନ ନେଇ କୌଣସି ମୂଲ୍ୟ ଘୋଷଣା କରାଯାଇନାହିଁ । କିନ୍ତୁ ମୋବାଇଲ ୟୁଜର୍ସଙ୍କ ପାଇଁ 900 ରୁ କମ୍ ମୂଲ୍ୟରେ ଏହି ପ୍ଲାନ ଲଞ୍ଚ ହେବ ।