ସାନ ଫ୍ରାନ୍ସିସ୍କୋ: ବ୍ୟବହାରକାରୀଙ୍କ ପାଇଁ ସର୍ବଦା ନୂଆ ନୂଆ ଫିଚର୍ସ ଆଣିଥାଏ ବିଶ୍ୱର ପ୍ରସିଦ୍ଧ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟସ୍ଆପ୍ । ଏଥର ମଧ୍ୟ କିଛି ଆକର୍ଷଣୀୟ ଫିଚର୍ସ ଆଣିବାକୁ ଯାଉଛି କମ୍ପାନୀ । ହ୍ବାଟସ୍ଆପ୍ ଏପରି କିଛି ଫିଚର୍ସ ଉପରେ କାର୍ଯ୍ୟ କରୁଛି, ଯାହା ବ୍ୟବହାରକାରୀଙ୍କୁ ଖୁବ୍ ପସନ୍ଦ ଆସିପାରେ । ରିପୋର୍ଟ ଅନୁସାରେ ନୂଆ ଫିଚର୍ସ ଆସିବା ପରେ ପଠାଇ ସାରିଥିବା ମେସେଜ୍କୁ ଏଡିଟି କରିପାରିବେ ବ୍ୟବହାରକାରୀ । ଖୁବ୍ଶୀଘ୍ର ଆସିବାକୁ ଯାଉଛି ଏହି ଫିଚର୍ସ ।
WABTinfo ରିପୋର୍ଟ ଅନୁଯାୟୀ, ନୂତନ ଫିଚର୍ସ ଉପଭୋକ୍ତାମାନଙ୍କୁ ସେମାନଙ୍କ ମେସେଜ୍ ଏଡିଟ୍ କରିବାକୁ 15 ମିନିଟ୍ ପର୍ଯ୍ୟନ୍ତ ସମୟ ଦେବ । 15 ମିନିଟ୍ ପରେ ଏଡିଟ୍ ଅପ୍ସନ୍ ଆସିବ ନାହିଁ । ପୂର୍ବରୁ ଏହିପରି ଡିଲିଟ୍ ଫର୍ ଏଭ୍ରିୱାନ୍ ଅପ୍ସନ୍ ରହିଛି । ତେବେ ଏହି ଫିଚର୍ସ ଉପରେ ବର୍ତ୍ତମାନ କାର୍ଯ୍ୟ ଚାଲିଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ଫିଚର୍ସ iOS ବିଟା ବ୍ୟବହାରକାରୀ ପାଇପାରିବେ ବୋଲି ଜଣାପଡିଛି । ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କମ୍ପାନୀ ମଧ୍ୟ ଆପ୍ଲିକେସନରେ ଆଉ ଏକ ଅପଡେଟ୍ ଆଣିପାରେ, ଯାହା ବ୍ୟବହାରକାରୀଙ୍କୁ ମିଡିଆ କ୍ୟାପସନ୍ ଏଡିଟ୍ କରିବାକୁ ଅନୁମତି ଦେବ ।