ସାନ୍ ଫ୍ରାନ୍ସିସ୍କୋ:ଲୋକପ୍ରିୟ ମେସେଜିଂ ଆପ୍ହ୍ବାଟସ୍ଆପ୍ରେ ଆସିବାକୁ ଯାଉଛି ଆଉ ଏକ ନୂଆ ଫିଚର୍ସ । ବ୍ୟବହାରକାରୀଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି କମ୍ପାନୀ ସର୍ବଦା ନୂଆନୂଆ ଫିଚର୍ସ ଅପଡେଟ୍ କରିଥାଏ । ଏଥର ମଧ୍ୟ କିଛି ନୂଆ ଓ ଆକର୍ଷଣୀୟ ଫିଚର୍ସ ଆଣିବାକୁ ଯାଉଛି କମ୍ପାନୀ । ଖବର ଅନୁସାରେ ଏଣିକି ହ୍ବାଟସ୍ଆପ୍ ଷ୍ଟାଟସ୍ରେ ଭଏସ୍ ରେକର୍ଡ ଅପଲୋଡ୍ କରିବାର ସୁବିଧା ଆସୁଛି । ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ଆପ୍ 'ଭଏସ୍ ଷ୍ଟାଟସ୍ ଅପଡେଟ୍' ଫିଚର୍ସ ଆଣିବାକୁ ଯାଉଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।
ଏହି ନୂତନ ଫିଚର୍ସ ଆସିବା ପରେ ବ୍ୟବହାରକାରୀମାନେ ଏକ ଭଏସ୍ ନୋଟ୍ ରେକର୍ଡ କରିପାରିବେ ଏବଂ ଏହାକୁ ଷ୍ଟାଟସ୍ ମାଧ୍ୟମରେ ସେୟାର୍ କରିପାରିବେ ବୋଲି ୱାବେଟାଲ୍ଇନଫୋ ରିପୋର୍ଟ କରିଛି । ଏକ ଭଏସ୍ ଷ୍ଟାଟସ୍ ରେକର୍ଡ କରିବାକୁ ହେଲେ ଷ୍ଟାଟସ୍ ଟ୍ୟାବ୍କୁ ନେଭିଗେଟ୍ କରିବାକୁ ପଡିବ, ଏହାପରେ ପେନ୍ସିଲ୍ ଆଇକନ୍ ଉପରେ ଟ୍ୟାପ୍ କରି ମାଇକ୍ରୋଫୋନ୍ ଆଇକନ୍ ଦବାଇ ରଖି ଭଏସ୍ ରେକର୍ଡ କରିପାରିବେ ଏବଂ ଏହାକୁ ଷ୍ଟାଟସ୍ରେ ସେୟାର୍ କରିପାରିବେ । ଆଇଓଏସ(IOS)ରେ ଏହି ସୁବିଧା ଉପଲବ୍ଧ ହେବ ।
ଏହା ମଧ୍ୟ ପଢନ୍ତୁ:-WhatsApp New Features: ଏଣିକି ସେଣ୍ଡ୍ କରିସାରିଥିବା ମେସେଜ୍କୁ ବି ଏଡିଟ୍ କରିହେବ