ହାଇଦ୍ରାବାଦ: ଏଣକି ବିନା ନମ୍ବର ନେଣଦେଣରେ ହ୍ବାଟ୍ସଆପରେ ଚାଟ କରିପାରିବେ ୟୁଜର୍ସ। କମ୍ପାନୀ ୟୁଜର ନେମ୍ ଫିଚର ଉପରେ କାର୍ଯ୍ୟ ଜାରି ରଖିଥିବା ବେଳେ ଏହା ବିଟା ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲଆଉଟ କରାଯାଇଛି। ଏହି ଫିଚର ଦ୍ବାରା ଅନ୍ୟ ୟୁଜର୍ସ ସହ ଚାଟ୍ କରିବା ପାଇଁ ଆଉ ମୋବାଇଲ ନମ୍ବରର ଆବଶ୍ୟକତା ପଡିବ ନାହିଁ। କେବଳ ୟୁଜର ନେମ ସାହାଯ୍ୟରେ ଚାଟ କରିବା ସମ୍ଭବ ହେବ। ଚାଟ୍ କରିବା ସମୟରେ ମଧ୍ୟ ଅନ୍ୟଜଣଙ୍କୁ ମୋବାଇଲ ନମ୍ବର ଦେଖାଯିବ ନାହିଁ। ତେବେ ଏହି ଫିଚର ବର୍ତ୍ତମାନ ଓ୍ବେବ ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ ହୋଇଛି। ତେବେ ପୂର୍ବରୁ ଆଣ୍ଡ୍ରୋଏଡ ବିଟା ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲଆଉଟ କରାଯାଇଥିଲା।
ଏନେଇ ହ୍ବାଟ୍ସଆପ ଡେଭଲପମେଣ୍ଟ ଉପରେ ନଜର ରଖୁଥିବା ଓ୍ବେବସାଇଟ Wabetainfo ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏକ ଫଟୋ ସେୟାର କରାଯାଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଓ୍ବେବ ୟୁଜରଙ୍କ ପାଇଁ କମ୍ପାନୀ ୟୁଜରନେମ ବ୍ୟତୀତ ଷ୍ଟାଟସ ଅପଲୋଡ ଏବଂ ଡାର୍କ ଇଣ୍ଟରଫେସ ଉପରେ କାର୍ଯ୍ୟ ଜାରି ରଖିଛି। ତେବେ ଖୁବଶୀଘ୍ର ଓ୍ବେବ ୟୁଜର୍ସ ବିନା ମୋବାଇଲ ନମ୍ବରରେ ଲାପଟପ କିମ୍ବା ଡେକ୍ସଟପରେ ସିଧାସଳଖ ଷ୍ଟାଟସ ଅପଡେଟ ସେୟାର କରିପାରିବେ। ୟୁଜର ଏହି ଫିଚରକୁ ହ୍ବାଟ୍ସଆପ୍ ସେଟିଂ ମେନ୍ୟୁ ଜରିଆରେ ଆକ୍ସେସ୍ କରିପାରିବେ । ପ୍ରୋଫାଇଲ ସେକ୍ସନ୍ରେ ଆକ୍ସେସ୍ କରିପାରିବେ ୟୁଜର୍ସ । ଏହା ଦ୍ବାରା ଏଣ୍ଡ୍ ଟୁ ଏଣ୍ଡ୍ ଏନସ୍କ୍ରିପସନରେ ସୁରକ୍ଷିତ ରହିବା ନେଇ ଆଶା କରାଯାଉଛି ।