ଓଡିଶା

odisha

WhatsApp Pin Message Feature: ହ୍ବାଟ୍ସଆପରେ ଆସିବ ଇନଷ୍ଟାଗ୍ରାମ ଭଳି ଫିଚର, ମିଳିବ ଏହି ସୁବିଧା

By

Published : Jun 29, 2023, 9:47 AM IST

ଟେଲିଗ୍ରାମ ଭଳି ପିନ ମେସେଜ ଫିଚର ଆଣିବାକୁ ଯାଉଛି ଟେଲିଗ୍ରାମ । ଅଧିକ ପଢନ୍ତୁ

WhatsApp Pin Message Feature
WhatsApp Pin Message Feature

ହାଇଦ୍ରାବାଦ:ହ୍ବାଟ୍ସଆପ ହେଉଛି ବିଶ୍ବର ସବୁଠାରୁ ଲୋକପ୍ରିୟ ତତକ୍ଷଣାତ୍ ମେସେଜିଂ ପ୍ଲାଟଫର୍ମ । ମେଟା ମାଲିକାନା ହ୍ବାଟ୍ସଆପ ନିଜ ଉପଭୋକ୍ତାଙ୍କ ସୁବିଧା ଯୋଗାଇବା ପାଇଁ ବିଗତ ଦିନରେ ଅନେକ ଫିଚର ଆଣିଛି । ଏହାରି ଭିତରେ ୟୁଜର୍ସଙ୍କ ପାଇଁ ଆଉ ଏକ ଫିଚର ଆଣିବାକୁ ଯାଉଛି ହ୍ବାଟ୍ସଆପ । ଏହି ଫିଚର ଟେଲିଗ୍ରାମର ସୁବିଧା ଯୋଗାଇ ପାରିବ । ଟେଲିଗ୍ରାମରେ ମେସେଜ ପିନ କରିଲା ଭଳି ହ୍ବାଟ୍ସଆପ ମେସେଜକୁ ମଧ୍ୟ ପିନ କରିହେବ । ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ହ୍ବାଟ୍ସଆପ ବିଟା ଆପରେ ଉପଭୋକ୍ତାମାନେ ନୂତନ ଫିଚର ବ୍ୟବହାର କରିବାକୁ ସମର୍ଥ ହେବେ । ଉକ୍ତ ମେସେଜକୁ କେତେ ଦିନ ପର୍ଯ୍ୟନ୍ତ ପିନ କରି ରଖିପାରିବେ ସନେଇ ସେଟିଙ୍ଗରେ ଉପଲବ୍ଧ ହେବ । ଆପଣଙ୍କ ଇଚ୍ଛା ଅନୁସାରେ ମେସେଜକୁ ପିନ କରି ରଖିପାରିବେ ।

WABetaInfoର ରିପୋର୍ଟ ଅନୁଯାୟୀ, ଏହି ନୂଆ ଫିଚରରେ ଏକ ନିର୍ଦ୍ଦିଷ୍ଟ ସମୟରେ ୟୁଜର୍ସ ନିଜ ଇଚ୍ଛା ଅନୁସାରେ ମେସେଜକୁ ଅନପିନ କରିପାରିବେ । ବର୍ତ୍ତମାନ ଉପଭୋକ୍ତାମାନେ 24 ଘଣ୍ଟା, 7 ଦିନ କିମ୍ବା 30 ଦିନ ପର୍ଯ୍ୟନ୍ତ ଏକ ବାର୍ତ୍ତା ପିନ୍ କରିପାରୁଛନ୍ତି । କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଯେତେବେଳେ ଏହି ଫିଚର ଉପଲବ୍ଧ ହେବ, ସେତେବେଳେ ଏଥିରେ ଆହୁରି ଅପ୍ସନ ସାମିଲ ହେବ ବୋଲି ଜଣାପଡିଛି । ତେବେ ଭାଇରାଲ ହେଉଥିବା ସ୍କ୍ରିନ ସଟ ଦେଖାଯାଏ, ତେବେ ଏଥିରେ ସ୍ପଷ୍ଟ ଜଣାପଡୁଛି ଯେ, ୟୁଜର୍ସ ନିଜ ଇଚ୍ଛା ଅନୁସାରେ ଅର୍ଥାତ ଯେତେବେଳେ ପିନ କରିବାର ଆବଶ୍ୟକତା ପଡିବ ନାହିଁ ସେତେବେଳେ ଅନପିନ କରିପାରିବେ । ଏହାସହିତ ଉପଭୋକ୍ତାମାନେ ଚାଟକୁ ମଧ୍ୟ ପିନ କରିପାରି ପାରିବେ । ଏହା କରିବା ଦ୍ବାରା ଜଣଙ୍କ ସହ ଯୋଗାଯୋଗ କରିବା ପାଇଁ ବାରବାର ଚାଟରେ ଖୋଜିବାକୁ ପଡିବ ନାହିଁ । ଏହି ଫିଚର ଆରମ୍ଭ କରିବାକୁ କାମ ଜାରି ରଖିଛି ହ୍ବାଟ୍ସଆପ । ଖୁବଶୀଘ୍ର ଏହା ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧି ହେବା ନେଇ ସୂଚନା ରହିଥିବା ବେଳେ ସାଧାରଣ ୟୁଜର୍ସଙ୍କ ପାଇଁ କେବେ ଏହି ଫିଚର ମିଳିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: WhatsApp New Feature: ଆସିଲା ନୂଆ ଫିଚର, ହଇରାଣ କରିପାରିବେ ନାହିଁ ଅଜଣା ବ୍ୟକ୍ତି

ଏହା ପୂର୍ବରୁ ଅଜଣା ବ୍ୟକ୍ତି ଯେଭଳି ଭାବେ ହଇରାଣ କରିପାରିବେ ନାହିଁ ସେହି ଫିଚର ଆଣିଥିଲା ହ୍ବାଟ୍ସଆପ । ଅଜଣା ବ୍ୟକ୍ତିଙ୍କ କଲ ପାଇଁ ହ୍ବାଟ୍ସଆପ ପକ୍ଷରୁ ଏକ ସେଟିଂ ପାଇଁ ଫିଚର ଘୋଷଣା କରାଯାଇଛି । ଅଜଣା ନମ୍ବରରୁ କଲ୍‌ ଆସୁଥିବା ନମ୍ବର ପାଖକୁ ଯାଇ ଆପଣ ମଧ୍ୟ ସେଟିଂରେ ସାଇଲେନ୍ସ କରିପାରିବେ । ଏହାପରେ ଅଜଣା ନମ୍ବରରୁ କଲ ଆସିଲେ ଆଉ ରିଙ୍ଗ୍‌ ହେବ ନାହିଁ । କିନ୍ତୁ କେଉଁ ନମ୍ବରରୁ କଲ ଆସୁଛି ଆପ୍‌ରେ ଦେଖାଯିବ । କୌଣସି ଗୁରୁତ୍ବପୂର୍ଣ୍ଣ କଲ ଆସିଲେ ଆପଣ ଫୋନ ଉଠାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details