ୱାଶିଂଟନ:ଚଳିତ ବର୍ଷ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣୁଛି (WhatsApp new Feature) । ପ୍ରଥମେ ଫଟୋ ଲାଗି 'ଭ୍ୟୁ ୱାନ୍ସ' (View Once) ଫିଚର ଆଣିବା ପରେ ଏବେ ମେସେଜ ଲାଗି ମଧ୍ୟ ଏହି ଫିଚର ଆଣିବାକୁ ଯାଉଛି ଆପ୍ । ଏହି ନୂଆ ଫିଚରକୁ ୟୁଜର୍ସ ମହଲରେ ବେଶ ପସନ୍ଦ କରାଯିବ ବୋଲି ଆପ୍ ଆଶା ରଖିଛି ।
ଗତ ୨୦୨୦ରେ ହ୍ବାଟ୍ସଆପ ଡିସଆପିଅରିଂ ମେସେଜ (Disappearing Message) ଫିଚର ଆଣିଥିଲା । ଏହି ଫିଚରଟି ପ୍ରଥମେ ୭ଦିନ ପର୍ଯ୍ୟନ୍ତ ରହିଥିଲା । ହେଲେ ଏବେ ନୂଆ ଫିଚରରେ ଆପ୍ ଏହାକୁ ୨୪ ଘଣ୍ଟା ରଖିଛି । ଅର୍ଥାତ ଏହି ଅପସନଟି ଚୟନ କରିବା ପରେ ଆପଣ କୌଣସି ବନ୍ଧୁକୁ ପଠାଇଥିବ ମେସେଜଟି ୨୪ ଘଣ୍ଟା ପରେ ଆପେ ଆପେ ଅନ୍ତର୍ଦ୍ଧାନ ହୋଇଯିବ (Disappearing Messages after 24 hours) । ଏଥିଲାଗି ଆପଣଙ୍କୁ କୌଣସି ଡିଲିଟି ଅପସନ ଚୟନ କରିବାକୁ ପଡିବ ନାହିଁ ।