ଓଡିଶା

odisha

ETV Bharat / science-and-technology

WhatsApp Status Update: ଏଣିକି ହ୍ବାଟସଆପ ଷ୍ଟାଟସରେ ଦେଇ ହେବ ଭଏସ ମେସେଜ - ହ୍ବାଟ୍ସଆପ ଭଏସ ମେସେଜ ଫିଚର

ଆଣ୍ଡ୍ରଏଡ ଏବଂ IOS ୟୁଜର୍ସଙ୍କ ପାଇଁ ହ୍ବାଟ୍ସଆପ ଆଣିଲା ଭଏସ ମେସେଜ ଫିଚର । ଏଣିକି ଷ୍ଟାଟସରେ ରଖିପାରିବେ 30ସେକେଣ୍ଡର ଭଏସ ମେସେଜ । ଅଧିକ ପଢନ୍ତୁ

WhatsApp Status Update
WhatsApp Status Update

By

Published : May 31, 2023, 12:36 PM IST

ହାଇଦ୍ରାବାଦ:ବିଶ୍ବର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ହେଉଛି ହ୍ବାଟ୍ସଆପ । କୋଟି କୋଟି ୟୁଜର୍ସଙ୍କ ସବୁଧା ପାଇଁ ଅନେକ ଫିଚର ଆଣିଛି ହ୍ବାଟ୍ସଆପ। ଏହାରି ଭିତରେ ଆଜି ପୁଣି ଏକ ଫିଚର ବିଷୟରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଫିଚର ନେଇ କେତେବେଳେ କିଛି ବିଜନେସ ଗଣାମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଥାଏ ତ ଆଉ କେତେବେଳେ କମ୍ପାନୀ ନିଜେ ସୂଚନା ଦେଇଥାଏ । ୟୁଜର୍ସମାନେ କିଭଳି ଫିଚରକୁ ବ୍ୟବାହର କରିପାରିବେ ସେନେଇ କମ୍ପାମୀ ନିଜେ ସୂଚନା ଦେଇଥାଏ । ଏହାରି ଭିତରେ ହ୍ବାଟ୍ସଆପ ଆଜି ନିଜେ ଫିଚର ବିଷୟରେ ସୂଚନା ଦେଇଛି । ଏହି ଫିଚର ହ୍ବାଟ୍ଆପ ଷ୍ଟାଟସ ସହ ଜଡିତ । ଏଣିକି ଆପଣ ହ୍ବାଟ୍ସଆପ ଷ୍ଟାଟସରେ ଭଏସ ମେସେଜ ରଖିପାରିବେ ।

ହ୍ବାଟ୍ସଆପର ଭଏସ ମେସେଜ ଟୁଲ:ପୂର୍ବରୁ ହ୍ବାଟ୍ସଆପରେ ଫଟୋ ଏବଂ ଭିଡିଓ ରଖିବାର ସୁବିଧା ରହିଥିଲା । ହେଲେ ଏବେ ଭଏସ ମେସେଜ ରଖିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଣ୍ଡ୍ରୋଏଡ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଭଏସ୍ ଷ୍ଟାଟସ୍ ଟୁଲର ବ୍ୟବହାର କରିପାରିବେ । ଯଦିଓ ଏହାର ଆରମ୍ଭ ମାର୍ଚ୍ଚ 2023ରେ ଆରମ୍ଭ ହୋଇସାରିଥିଲା, କିନ୍ତୁ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନଥିଲା । ଆଜି କମ୍ପାନୀ ପକ୍ଷରୁ ହିଁ ଏହି ଭଏସ ମେସେଜ ଫଚର ବିଷୟରେ ସୂଚନା ଦିଆଯାଇଛି । କିଭଳି ଏହି ଫିଚରକୁ ବ୍ୟବହାର କରିପାରିବେ ସେନେଇ ସମ୍ପୂର୍ଣ୍ଣ ଭାବେ ବିସ୍ତୁତ ବିବରଣୀ ଦେଇ କମ୍ପାନୀ ସୂଚନା ଦେଇଛି । ତେବେ ପୂର୍ବର ଭିଡିଓ ଏବଂ ଫଟୋ ଷ୍ଟାଟସରେ ରଖୁଥିବା ବେଳେ ଯେଭଳି ଭାବେ ପ୍ରାଇଭେସି ସୁବିଧା ମିଳୁଥିଲା ଭଏସ ମେସେଜରେ ମଧ୍ୟ ଉକ୍ତ ସୁବିଧା ମିଳିଛି । ଆପଣ ନିଜ ଇଚ୍ଛା ମୁତାବକ ଷ୍ଟାଟସ ପ୍ରାଇଭେସି କରିପାରିବେ । ତେବେ କହିରଖୁଛି କି, ଏହା ପୂର୍ବରୁ ହ୍ବାଟ୍ସଆପ ମେସେଜରେ ଇମେଜି ରିଆକ୍ଟ ସୁବିଧା ରହିଥିଲା ।

ଏହା ମଧ୍ୟ ପଢନ୍ତୁ: WhatsApp Status Archive Feature: ହ୍ବାଟ୍ସଆପ ବିଜନେସ ୟୁଜର୍ସଙ୍କ ପାଇଁ ଆସିବ ଏହି ଫିଚର

30 ସେକେଣ୍ଡର ଭଏସ ମେସେଜ ଦେଇପାରିବେ: ଭିଡିଓ ଷ୍ଟାଟସରେ ଯେଉଁଭଳି 30 ସେକେଣ୍ଡର ଭିଡିଓ ଦେବାର ସୁବିଧା ରହିଥିଲା, ସେହିପରି ଭଏସ ମେସେଜରେ ମଧ୍ୟ 30 ସେକେଣ୍ଡର ଦେଇପାରିବେ । ତେବେ ଭଏସ ରେକର୍ଡ କରିବା ପୂର୍ବରୁ ଯଦି ବାକଗ୍ରାଉଣ୍ଡ ରଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଥିଲେ କରିପାରିବେ । ନଚେତ ଭଏସ ରେକର୍ଡ କରିବା ପରେ ମଧ୍ୟ ରଙ୍ଗରେ ପରବର୍ତ୍ତନ କରିହେବ । ଏହାପୂର୍ବରୁ, ହ୍ବାଟ୍ସଆପ୍ ବ୍ୟବହାରକାରୀମାନେ କେବଳ ବ୍ୟକ୍ତିଗତ ଚାଟ୍ ଏବଂ ଗ୍ରୁପ୍ ଚାଟରେ ଭଏସ୍ ମେସେଜ୍ ପଠାଇ ପାରୁଥିଲେ । ବର୍ତ୍ତମାନ ଷ୍ଟାଟସରେ ମଧ୍ୟ ଦେଇପାରିବେ ଭଏସ ମେସେଜ ।

କେମିତି ଲଗାଇବେ ଭଏସ ଷ୍ଟାଟସ:

ପ୍ରଥମେ ଫୋନରେ ହ୍ବାଟ୍ସଆପ ଆପ ଖୋଲନ୍ତୁ

ଷ୍ଟାଟସ ମେନ୍ୟୁକୁ ଯିବା ପାଇଁ ଉପରେ ଲେଖାହୋଉଥିବା ଷ୍ଟାଟସକୁ କ୍ଲିକ କନ୍ତୁ

ଏହାପରେ ସ୍କ୍ରିନର ଡାହାଣ ପାର୍ଶ୍ବରେ ରଖିଥିବା ଭଏସ ସିମ୍ବଲ ଉପରେ କ୍ଲିକ କରନ୍ତୁ

ଏହାପରେ ଆପଣ ସେହି ଅପସନକୁ ପ୍ରେସ କରି ଭଏସ ରେକର୍ଡ କରିପାରିବେ

ଏହାପରେ ସାଇଡରେ ଥିବା ତୀର ଚିହ୍ନକୁ ପ୍ରେସ କରନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details