ହାଇଦ୍ରାବାଦ:ବର୍ତ୍ତମାନହ୍ବାଟ୍ସଆପ୍ ପ୍ରତିଦିନ ୟୁଜର୍ସମାନଙ୍କ ପାଇଁ ଅନେକ ନୂଆନୂଆ ଫିଚର ଆଣିଛି । ଆଗକୁ ମଧ୍ୟ ଆହୁରି ନୂଆନୂଆ ଫିଚର ଆଣିବାକୁ ଯାଉଛି । ଉପଭୋକ୍ତା ଅଭିଜ୍ଞତାକୁ ବଢ଼ାଇବା ପାଇଁ ହ୍ବାଟସ୍ଆପ୍ ନୂଆ ଫିଚର ଉପରେ କାର୍ଯ୍ୟ କରୁଛି। ବର୍ତ୍ତମାନ ଆସିବାକୁ ଥିବା ଫିଚର ହେଉଛି ହ୍ବାଟସ୍ଆପ୍ ସ୍କ୍ରିନ୍ ସେୟାର ଫିଚର । ଏହି ଫିଚର୍ରେ ଭିଡିଓ କଲ୍ରେ ରହିଥିବା ବେଳେ ସ୍କ୍ରିନକୁ ଅନ୍ୟମାନଙ୍କ ସହ ସ୍କ୍ରିନ୍ ସେୟାର କରିପାରେବେ । ତେବେ କେବେ ଏହି ଫିଚର୍ ଆସିବ ସେନେଇ କୌଣସି ଘୋଷଣା କରାଯାଇ ନାହିଁ ।
WABetaInfoର ରିପୋର୍ଟ ଅନୁଯାୟୀ, କଲ୍ କଣ୍ଟ୍ରୋଲ୍ ଭ୍ୟୁ'ରେ ଏକ ନୂତନ ଆଇକନ ଦେଖାଯିବ । ଯେତେବେଳେ ଭିଡିଓ କଲ ଜରିଆରେ ସ୍କ୍ରିନ୍ ସେୟାରିଂ ବିକଳ୍ପକୁ କ୍ଲିକ୍ କରିବେ, ତେବେ ପ୍ରଥମେ ଏକ ୱାର୍ଣ୍ଣିଂ ମେସେଜ୍ ଆସିବ । ତେବେ ଆପଣ ସେଥିରେ ଲେଖାହୋଇଥିବା ଷ୍ଟାଟ୍ ନାଓକୁ କ୍ଲିକ୍ କରିବା ମାତ୍ରେ ସ୍କ୍ରିନ୍ ଅନ୍ୟମାନଙ୍କ ସହ ସେୟାର ହୋଇପାରିବ ।
ଏହା ବ୍ୟତୀତ ଆହୁରି ମଧ୍ୟ କୁହାଯାଇଛି, ଏହି ସ୍କ୍ରିନ୍ ସେୟାର ଫିଚର ଉପରେ ଉପଭୋକ୍ତାଙ୍କ ସମ୍ପୁର୍ଣ୍ଣ ନିୟନ୍ତ୍ରଣ ରହିବ । ତେବେ ସ୍କ୍ରିନ୍ ସେୟାର ସମୟରେ ଆପଣ ନିଜ ଇଚ୍ଛା ଅନୁସାରେ ଏଥିରୁ ବିରତି ନେଇପାରିବେ । କ୍ୟାମେରା ସ୍ବିଚ୍ କରିବା ଅପ୍ସନ୍ ପାଖରେ ଏହି ସୁବିଧା ମିଳିବ । ତେବେ ଏହି ସୁବିଧାରେ ଭିଡିଓ କଲ୍ ଏଣ୍ଡ୍ ଟୁ ଏଣ୍ଡ୍ ଏନ୍କ୍ରିପ୍ସନ ହୋଇପାରିବ ନାହିଁ ।