ଓଡିଶା

odisha

ETV Bharat / science-and-technology

WhatsApp HD Photo Feature: ଏଣିକି ହ୍ବାଟ୍ସଆପରେ ପଠାଇ ପାରିବେ HD ଫଟୋ - ହ୍ବାଟ୍ସଆପର ନୂଆ ଫିଚର

ମେଟା ହ୍ବାଟ୍ସଆପରେ ଏକ ନୂଆ ଫିଚର ରୋଲଆଉଟ କରିଛି । ଯାହା ଫଟୋ ସେୟାରକୁ ପୂର୍ବ ଅପେକ୍ଷା ହାଇକ୍ବାଲିଟି କରିବ । ଅଧିକ ପଢନ୍ତୁ

WhatsApp HD Photo Feature
WhatsApp HD Photo Feature

By

Published : Aug 18, 2023, 12:12 PM IST

Updated : Aug 18, 2023, 12:19 PM IST

ହାଇଦ୍ରାବାଦ:ଏଣିକି ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରିହେବ ହାଇ କ୍ବାଲିଟି ଫଟୋ । ଆପରେ ଫଟୋ ସେୟାରିଂରେ ଉନ୍ନତି ଆଣିବା ପାଇଁ ହ୍ବାଟ୍ସଆପ ଏକ ନୂତନ ଫିଚର ଯୋଡିଛି, ଯାହା ସାହାଯ୍ୟରେ ଆପଣ HD ଫଟୋ ସେୟାର କରିବାକୁ ସମର୍ଥ ହେବେ । ମେଟାର ସିଇଓ ମାର୍କ ଜୁକରବର୍ଗ ଇନଷ୍ଟାଗ୍ରାମ ବ୍ରୋଡକାଷ୍ଟ ଚ୍ୟାନେଲରେ ଏହି ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ବର୍ତ୍ତମାନ ସୁଦ୍ଧା ୟୁଜର୍ସ ହ୍ବାଟ୍ସଆପରେ କମ୍ପ୍ରେସ ଫଟୋ ସେୟାର କରୁଥିଲେ । କିନ୍ତୁ ବର୍ତ୍ତମାନ ଆପଣ ଏହାର ଗୁଣବତ୍ତା ପରିବର୍ତ୍ତନ କରିପାରିବେ । ଏହି ଫିଚରେ ଫେଜ ଅନୁସାରେ ରିଲିଜ କରାଯାଉଥିବା ବେଳେ କିଛି ଦିନ ଭିତରେ ସମସ୍ତେ ଏହି ଫିଚରର ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି । ଏହି ଫିଚର ବ୍ୟବହାର କରିବା ସମୟରେ ଅର୍ଥାତ ଫଟୋ ସେୟାର କରିବା ସମୟରେ ଆପଣଙ୍କୁ ଉପରୋକ୍ତ HD ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଯଦି ଆପଣ କାହାକୁ ଫଟୋ ସେୟାର କରିବା ସମୟରେ HD ବଟନ୍ କ୍ଲିକ ନକଲେ ଫଟୋ କମ୍ପ୍ରେସ ହୋଇ ସେୟାର ହେବ । କିନ୍ତୁ HD ଫଟୋ ଅପ୍ସନ ଉପରେ କ୍ଲିକ କରିବା ଦ୍ବାରା ଫଟୋ ହାଇକ୍ବାଲିଟି ହେବ ।

ଯେତେବେଳେ ଆପଣ କାହା ସହିତ ଏକ HD ଫଟୋ ସେୟାର କରୁଛନ୍ତି, ସେତେବେଳେ ଅନ୍ୟ ବ୍ୟକ୍ତି ମଧ୍ୟ ଏହା ଏକ ହାଇକ୍ବାଲିଟି ଫଟୋ ବୋଲି ଜାଣିପାରିବେ । କାରଣ ଫଟୋର ନିମ୍ନ ଭାଗରେ HD ଲୋଗୋ ଦେଖାଯିବ । ଏହାରି ଭିତରେ କମ୍ପାନୀ ପକ୍ଷରୁ ଆଉ ଏକ ଫିଚର ନେଇ ମଧ୍ୟ ସୂଚନା ଦିଆଯାଇଛି । ଖୁବ୍ ଶୀଘ୍ର ୟୁଜର୍ସ HD ଭିଡିଓର ବିକଳ୍ପ ମଧ୍ୟ ପାଇବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ କହିରଖୁଛୁ କି, HD ମୋଡରେ ଫଟୋ ପଠାଇବା ଦ୍ବାରା ଇଣ୍ଟରନେଟ ମଧ୍ୟ ଅଧିକ ଖର୍ଚ୍ଚ ହେବ । ଇଣ୍ଟରନେଟକୁ କମ କରିବା ପାଇଁ ଆପଣ କମ୍ପ୍ରେସ ମୋଡରେ ମଧ୍ୟ ଫଟୋ ପଠାଇପାରିବେ ।

ଏହା ମଧ୍ୟ ପଢନ୍ତୁ:AI Generated Stickers: ହ୍ବାଟ୍ସଆପ ବିଟା ୟୁଜର୍ସଙ୍କ ପାଇଁ ଲଞ୍ଚ ହେଲା AI ଜେନେରେଟଡ ଷ୍ଟିକର

ଏଭଳି ଭାବେ HD ଫଟୋ ପଠାଇପାରିବେ:ସର୍ବପ୍ରଥମେ ଯାହାକୁ ଆପଣ HD ଫଟୋ ପଠାଇବାକୁ ଚାହୁଁଛନ୍ତି, ସେଥି ଚାଟରେ କ୍ଲିକ କରନ୍ତୁ । ଏହାପରେ ମେସେଜ୍ ବାର୍ ପାଖରେ ଥିବା ପ୍ଲସ୍ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ ଏବଂ ତାପରେ ଫଟୋ ଏବଂ ଭିଡିଓ ଲାଇବ୍ରେରୀ ଅପ୍ସନ ଉପରେ ଟ୍ୟାପ୍ କରନ୍ତୁ । ଏହାପରେ ଆପଣ ଯେଉଁ ଛବି ବାଛିବାକୁ ଚାହୁଁଛନ୍ତି ସେଥିରେ କ୍ଲିକ କରନ୍ତୁ । ଫଟୋ ସିଲେକ୍ଟ ବା ଚୟନ କରିବା ପରେ ଆପଣ ସ୍କ୍ରିନରେ HDର ଅପ୍ସନ ପାଇପାରିବେ । ଏଥିରେ କ୍ଲିକ କରି ଆପଣ ଫଟୋ ପଠାଇପାରିବେ ।

ଏଠାରେ ସୂଚନାଯୋଗ୍ୟ ଯେ ହ୍ବାଟ୍ସଆପରେ ଫଟୋ ସେୟାର କରିବା ସମୟରେ ଫଟୋ ଡାଇମେନ୍ସନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଫଟୋ ସହିତ ଭିଡିଓ ସେୟାରିଂରେ ମଧ୍ୟ କ୍ବାଲିଟି ଭଲ ରହିବ । ନିକଟରେ କମ୍ପାନୀ ସର୍ଟ ଭିଡିଓ ଫିଚର ମଧ୍ୟ ଜାରି କରିଛି । ଏହାର ସାହାଯ୍ୟରେ ଆପଣ ଚାଟ କରୁଥିବା ବ୍ୟକ୍ତିଙ୍କୁ ଛୋଟ ଭିଡିଓ ରେକର୍ଡ କରି ପଠାଇ ପାରିବେ । ଯେଭଳି ଅଡିଓ ରେକର୍ଡ ସେୟାର ହେଉଛି ଏହା ସମାନ କାମ କରିଥାଏ । 60 ସେକେଣ୍ଡର ଭିଡିଓ କରି ପଠାଇ ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2023, 12:19 PM IST

ABOUT THE AUTHOR

...view details