ଓଡିଶା

odisha

ETV Bharat / science-and-technology

Whatsapp ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଆସୁଛି 21ଟି ନୂଆ ଇମୋଜି - ହ୍ବାଟସ୍‌ଆପ୍‌ରେ ନୂଆ ଇମୋଜି ଆସିବା ଖବର

ହ୍ବାଟସ୍‌ଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ସୁଦ୍ଧା ଚାର୍ଟରେ ଯୋଡି ହେବ 21 ନୂଆ ଇମୋଜି(Whatsapp Providing 21 new emoji in Coming new year) । ଅଧିକ ପଢନ୍ତୁ

Whatsapp ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ପ୍ଲାଟଫର୍ମରେ ଆସୁଛି 21ଟି ନୂଆ ଇମୋଜି
Whatsapp ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ପ୍ଲାଟଫର୍ମରେ ଆସୁଛି 21ଟି ନୂଆ ଇମୋଜି

By

Published : Dec 5, 2022, 1:52 PM IST

ସାନ ଫ୍ରାନ୍ସିସ୍କୋ: ହ୍ବାଟସ୍‌ଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଚାଟ୍ ସମୟରେ ଅଧିକ ଇମୋଜି ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଏହି ଖବର ଅଧିକ ଖୁସି ଦେଇପାରେ । କାରଣ ହ୍ବାଟସ୍‌ଆପ୍ ଆଣିବାକୁ ଯାଉଛି 21ଟି ନୂଆ ଇମୋଜି(Whatsapp Providing 21 new emoji) । ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍‌ଆପ୍ ଫ୍ୟୁଚର୍ ଅପଡେଟ୍‌ରେ ଏହି 21ଟି ନୂଆ ଇମୋଜି ଉପରେ କାମ କରିବା ଆରମ୍ଭ କରିଛି ।

WABetaInfo ରିପୋର୍ଟ କରିଛି ଯେ, ମେସେଜିଂ ପ୍ଲାଟଫର୍ମ ଆଠଟି ଇମୋଜିକୁ ପୁନଃ ଡିଜାଇନ୍ କରିଛି, ଯାହା ବିଟା ସଂସ୍କରଣରେ ପୂର୍ବରୁ ଦୃଶ୍ୟମାନ(visible) ହେଉଛି । ପ୍ଲେ ଷ୍ଟୋରରେ ଉପଲବ୍ଧ ସର୍ବଶେଷ ବିଟା ବିଲ୍ଡରେ, ଆଠଟି ଇମୋଜି ଅପଡେଟ୍ ହୋଇଛି ଏବଂ 21 ଟି ନୂତନ ଇମୋଜି ଶୀଘ୍ର ସମସ୍ତ ବିଟା ପରୀକ୍ଷକଙ୍କ ପାଇଁ ଉପଲବ୍ଧ ହେବ ।

ଶୁକ୍ରବାର(ଡିସେମ୍ବର 2)ରେ ହ୍ବାଟସ୍‌ଆପ୍ ଆଣ୍ଡ୍ରଏଡ୍ ବିଟା ଉପରେ ଏକ ନୂତନ ଡିସାପିଅରିଂ ମେସେଜ୍ ସର୍ଟକଟ୍ ବାହାର କରିଥିଲା । ଆଣ୍ଡ୍ରଏଡ୍ 2.22.25.11 ଅପଡେଟ୍ ପାଇଁ ଲାଟେଷ୍ଟ ହ୍ବାଟସ୍‌ଆପ୍ ବିଟା ଡାଉନଲୋଡ୍ କରିବା ପରେ, କିଛି ଉପଭୋକ୍ତା ଏହି ସର୍ଟକଟ୍ ଫିଚର୍ସ ବ୍ୟବହାର କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଗତ ମାସରେ, ମେସେଜିଂ ପ୍ଲାଟଫର୍ମ ପାଞ୍ଚଟି ଦେଶରେ ୟେଲୋ ପେଜେସ୍-ଷ୍ଟାଇଲ୍ ବିଜନେସ୍ ଡିରେକ୍ଟୋରୀ ଲଞ୍ଚ କରିଥିଲା ।

ଏହି ଫିଚର୍ସ ବ୍ରାଜିଲ, ବ୍ରିଟେନ, ଇଣ୍ଡୋନେସିଆ, ମେକ୍ସିକୋ ଏବଂ କଲମ୍ବିଆରେ ଆରମ୍ଭ ହୋଇଥିଲା । କମ୍ପାନୀର କହିବା ଅନୁଯାୟୀ, ଏହି ଡିରେକ୍ଟୋରୀ ଉପଭୋକ୍ତାମାନଙ୍କୁ ଏହା ସିଧାସଳଖ କମ୍ପାନୀ ଖୋଜିବାରେ ସାହାଯ୍ୟ କରିବ କିମ୍ବା ଭ୍ରମଣ ବା ବ୍ୟାଙ୍କିଙ୍ଗ ଭଳି ବ୍ୟବସାୟ ପ୍ରକାର ବ୍ରାଉଜ୍ କରିବରେ ସାହାଯ୍ୟ କରିବ ।

ABOUT THE AUTHOR

...view details