ଓଡିଶା

odisha

ETV Bharat / science-and-technology

WhatsApp video calling: ଭିଡିଓ କଲିଂ ପାଇଁ ହ୍ବାଟ୍ସଆପ୍‌ ଆଣିଲା ନୂଆ ଫିଚର, ମିଳିବ ଏହି ସୁବିଧା - ବଢିଲା ଭିଡିଓ କଲିଂରେ ମେମ୍ବର ଲିମିଟ

ହ୍ବାଟ୍ସଆପ୍‌ ଗ୍ରୁପ ଭିଡିଓ କଲିଂକୁ ପସନ୍ଦ କରୁଥିବା ୟୁଜର୍ସଙ୍କ ପାଇଁ ଖୁସି ଖବର । ହ୍ବାଟ୍ସଆପ୍‌ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏଣିକି ଏକାସଙ୍ଗେ 32 ଜଣଙ୍କୁ ଭିଡିଓ କଲ କରିପାରିବେ । ଅଧିକ ପଢନ୍ତୁ

WhatsApp video calling
WhatsApp video calling

By

Published : Jun 30, 2023, 3:16 PM IST

ହାଇଦ୍ରାବାଦ:କୋଟିକୋଟି ଲୋକ ହ୍ବାଟ୍ସଆପ୍‌ ବ୍ୟବହାର କରିଥାଆନ୍ତି । ଏତେ ମାତ୍ରାରେ ୟୁଜର୍ସ ରହିଥିବା ସତ୍ତ୍ବେ ମଧ୍ୟ ମେଟା ମାଲିକାନା ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ସୁବିଧା ପାଇଁ ଅନେକ ପ୍ରକାର ଫିଚର ଆଣୁଛି । ଏବେ ହ୍ବାଟ୍ସଆପରେ ଏଭଳି ଫିଚର ଆସିବାକୁ ଯାଉଛି ଯାହା ଦ୍ବାରା କି ହ୍ବାସ୍ସଆପରେ ଭିଡିଓ କଲିଂର ମଜା ଦ୍ବିଗୁଣିତ ହୋଇଯିବ । ହ୍ବାଟ୍ସଆପ ଏଭଳି ଏକ ଫିଚର ଉପରେ କାମ କରୁଛି, ଯେଉଁଥିରେ ହ୍ବାଟ୍ସଆପ ଭିଡିଓ କଲ ଭିଡିଓ କଲରେ ମେମ୍ବରଙ୍କ ସଂଖ୍ୟାକୁ ବଢାଯାଇପାରିବ । ଏହି ଫିଚର ଦ୍ବାରା ଏକାସଙ୍ଗେ 32 ଜଣ ଭିଡିଓ କଲରେ ଯୋଡି ହୋଇପାରିବେ । କହିରଖୁଛୁ କି ବର୍ତ୍ତମାନ ହ୍ବାଟ୍ସଆପ ଭଏସ କଲରେ 32 ଜଣ ଏକାସଙ୍ଗେ କଥା ହୋଇପାରିବାର ସୁବିଧା ରହିଛି।

ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ସଆପ୍ ବର୍ତ୍ତମାନ ଜଣେ କିମ୍ବା ଦୁଇଜଣ ନୁହେଁ ବରଂ 32 ଜଣଙ୍କ ସହ ଭିଡିଓ କଲ କରିବାର ସୁବିଧା ପ୍ରଦାନ କରିବ। ଯଦିଓ କମ୍ପାନୀ ହ୍ବାଟ୍ସଆପ ୱେବ୍ ପାଇଁ ଏହି ଫିଚର ଉପସ୍ଥାପନ କରିବାକୁ ଯାଉଛି, କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତ ୟୁଜର୍ସଙ୍କୁ ଏହି ସୁବିଧା ମିଳିବ ବୋଲି କୁହାଯାଇଛି । ହ୍ବାଟ୍ସଆପ ଅପଡେଟ ଏବଂ ଫଚର ଉପରେ ନଜର ରଖିଥିବା ଓ୍ବେବସାଇଟ WABetaInfo ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ବଢିଲା ଭିଡିଓ କଲିଂରେ ମେମ୍ବର ଲିମିଟ:

ନୂତନ ରିପୋର୍ଟ ଅନୁଯାୟୀ, ୱିଣ୍ଡୋଜ୍ ଡେସ୍କଟପ୍‌ରେ ହ୍ବାଟ୍ସଆପ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଏହି ଫିଚର ଅନେକ ଲାଭଦାୟକ ହେବ। ଆଗାମୀ ଦିନରେ ୱିଣ୍ଡୋଜରେ ହ୍ବାଟ୍ସଆପରେ ପ୍ରାୟ 32 ଜଣଙ୍କ ସହ କଥା ହେବା ପାଇଁ ସମର୍ଥ ହୋଇପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୱିଣ୍ଡୋଜରେ ଭିଡିଓ କଲ୍ କରିବାର ସୀମା କେବଳ 8 ଜଣଙ୍କ ମଧ୍ୟରେ ସୀମିତ ଥିଲା । ବର୍ତ୍ତମାନ ଏହି ଫିଚର କିଛି ବେଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଛି । ଯଦି ଆପଣ ଏହାର ଫାଇଦା ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ବେଟା ଅପଡେଟ୍ 2.23.24.1.0 ଇନ୍‌ଷ୍ଟଲ କରିବାକୁ ପଡିବ।

ଏହା ମଧ୍ୟ ପଢନ୍ତୁ: WhatsApp Pin Message Feature: ହ୍ବାଟ୍ସଆପରେ ଆସିବ ଇନଷ୍ଟାଗ୍ରାମ ଭଳି ଫିଚର, ମିଳିବ ଏହି ସୁବିଧା

ନୂଆ ଫିଚର ଉପରେ କାମ କରୁଛି ହ୍ବାଟ୍ସଆପ:କହିରଖୁଛୁ କି, ହ୍ବାଟ୍ସଆପ୍‌ ବର୍ତ୍ତମାନ ଅନେକ ଫିଚର ଉପରେ କାମ କରୁଛି । ଭିଡିଓ କଲିଂରେ ମେମ୍ବରଙ୍କ ସଂଖ୍ୟା ବୃଦ୍ଧି କରିବା ସହ ପିନ୍‌ ମେସେଜିଂ ଫିଚର ଉପରେ ମଧ୍ୟ କାମ କରୁଛି । ଏଥିରେ, ଉପଭୋକ୍ତାମାନେ 24 ଘଣ୍ଟା, 7 ଦିନ କିମ୍ବା 30 ଦିନ ପର୍ଯ୍ୟନ୍ତ ନିଜ ମେସେଜକୁ ପିନ୍ କରିପାରିବେ । ଏହା ସହିତ ମେଟା ହ୍ବାଟ୍ସଆପ୍ ପାଇଁ ସାଇଲେଣ୍ଟ୍ ଅନ୍‌ନୋନ୍‌ କଲିଂ ଫିଚର ମଧ୍ୟ ଆଣିବାକୁ ଯାଉଛି । ଯଦି ଆପଣଙ୍କର ହ୍ବାଟ୍ସଆପ୍‌ ଲିଷ୍ଟରେ ଉକ୍ତ ନମ୍ବର ନାହିଁ, କିନ୍ତୁ ବାରମ୍ବାର କଲ୍‌ ଆସୁଛି, ତାହେଲେ ହ୍ବାଟ୍ସଆପ୍‌ରେ ତାହା ଦେଖାଇବ ନାହିଁ । ରିଙ୍ଗ୍‌ ହେବା ପରିବର୍ତ୍ତେ ମୋବାଇଲ ସାଇଲେଣ୍ଟ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details