ହାଇଦ୍ରାବାଦ:ସୋସିଆଲ ମିଡିଆ କମ୍ପାନୀ ହ୍ବାଟ୍ସଆପ ସର୍ବଦା ନୂଆ ନୂଆ ଫିଚର ଉପରେ କାର୍ଯ୍ୟ ଜାରିଥାଏ । ପ୍ରଥମେ ନୂଆ ଫିଚର ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ କରାଯାଇଥାଏ । ପରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଥାଏ କମ୍ପାନୀ । ଏହିରି ଭିତରେ କମ୍ପାନୀ ୟୁଜର୍ସମାନଙ୍କ ପାଇଁ ଏକ ଥିମ ଫିଚର ରୋଲଆଉଟ କରିଛି। ଏହା ଦ୍ବାରା ୟୁଜର୍ସ ଆପର ରଙ୍ଗରେ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିବେ। ଏପିୟରେନ୍ସ ସେକ୍ସନ ଭିତରେ ଆଇଓଏସ ୟୁଜର୍ସଙ୍କୁ ଏହି ଫିଚରଲ ମିଳିବ। କମ୍ପାନୀ ପକ୍ଷରୁ ଏହି ଫିଚରରେ 5ଟି ରଙ୍ଗ ଦିଆଯାଇଛି । ସବୁଜ, ଧଳା, ନୀଳ, ଗୋଲାପୀ ଏବଂ ବାଇଗଣୀ ରଙ୍ଗ ଦିଆଯାଇଛି। ଏଥି ମଧ୍ୟରୁ ୟୁଜର୍ସ କୌଣସି ଗୋଟିଏ ରଙ୍ଗକୁ ହ୍ବାଟ୍ସଆପରେ ପ୍ରମୁଖ ରଙ୍ଗ ଭାବେ ରଖି ପାରିବେ। ଏହା ଦ୍ବାରା ହ୍ବାଟ୍ସଆପ ଏକ ନୂଆ ରଙ୍ଗରେ ଦେଖାଯିବ ।
ଏହି ଥିମ ଫିଚର ନେଇ ହ୍ବାଟ୍ସଆପ ଡେଭଲପମେଣ୍ଟ ଉପରେ ନଜର ରଖୁଥିବା ଓ୍ବେବସାଇଟ Wabetainfo ପକ୍ଷରୁ ସୂଚନା ଦିଆଯାଇଛି। ଏକ ସ୍କ୍ରିନସଟ ସେୟାର କରାଯାଇ ଏହି ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ଏହି ଫିଚର iOS 24.1.10.70 ବିଟା ଭର୍ସନରେ ଉପଲବ୍ଧ ରହିଛି। ଓ୍ବେବସାଇଟ ଅନୁସାରେ, ଏହି ନୂଆ ଫିଚର ୟୁଜର୍ସଙ୍କୁ ନିଜ ପର୍ସନାଲିଟି ଅନୁସାରେ ଆପର ରଙ୍ଗରେ ପରିବର୍ତ୍ତନ କରିପାରିବେ। ଏହା ଦ୍ବାରା ୟୁଜର ଏକ୍ସପେରିୟନ୍ସ ମଧ୍ୟ ବୃଦ୍ଧି ପାଇବ।