ହାଇଦ୍ରାବାଦ:ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ବାଟ୍ସଆପ । ମେଟା ମାଲିକାନା ହ୍ବାଟ୍ସଆପ ବ୍ୟବହାରକାରୀଙ୍କ ସୁବିଧା ପାଇଁ ଅନେକ ଲୋକପ୍ରିୟ ଆଣିଥିବା ବେଳେ ଆଗକୁ ମଧ୍ୟ ଆଉ ଏକ ଫିଚର ଆସିବାକୁ ଯାଉଛି । ବର୍ତ୍ତମାନ ହ୍ବାଟ୍ସଆପ ଏକ ନୂତନ ଫିଚର ଉପରେ କାମ କରୁଛି ଯାହା ଆକାଉଣ୍ଟକୁ ଆହୁରି ସୁରକ୍ଷିତ ରଖିବ । କମ୍ପାନୀ ପାସକି(Passkey)ଫିଚର ଉପରେ କାମ କରୁଛି । ବର୍ତ୍ତମାନ କିଛି ବିଟା ଟେଷ୍ଟରଙ୍କ ପାଇଁ ଉପଲବ୍ଧ ରହିଥିବା ବେଳେ ଆଗାମୀ ଦିନରେ ଖୁବଶୀଘ୍ର ସମସ୍ତ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।
ହ୍ବାଟ୍ସଆପର Passkey ଫିଚରକୁ ନେଇ ହ୍ବାଟ୍ସଆପର ଡେଭଲପମେଣ୍ଟ ଉଫରେ ନଜର ରଖୁଥିବା ଓ୍ବେବସାଇଟ Wabetainfo ପକ୍ଷରୁ ସୂଚନା ପ୍ରଦାନ କରାଯାଛି । ଓ୍ବେବସାଇଟ ପକ୍ଷରୁ କୁହାଯାଇଛି ଯେ, ନୂଆ ଫିଚର ୟୁଜର୍ସଙ୍କୁ ସୁରକ୍ଷିତ ଭାବେ ସାଇନଇନ କରିବାରେ ସାହାଯ୍ୟ କରିବ । PassKey ହେଉଛି କିଛି ନମ୍ବର ବା ଓ୍ବାର୍ଡର ସିକ୍ବେନ୍ସ, ଯାହା ୟୁଜର୍ସଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ । ଏହା ଏକ ସ୍ବିକ୍ୟୁରିଟି କୋଡ୍ ପରି କାମ କରିବ, ଯାହା କେବଳ ଅଥୋରାଇଜ ଲୋକଙ୍କୁ ହିଁ ହ୍ବାଟ୍ସଆପ ଅନ କରିବା ପାଇଁ ଅନୁମତି ଦେବ ।
Passkey ଫିଚର ପରିଚୟ ପାଇଁ ପ୍ରିଣ୍ଟ, ଫେସ୍ ଲକ୍ ଏବଂ ସ୍କ୍ରିନ୍ ଲକର ବ୍ୟବହାର କରିବ । ଟ୍ରାଡିସନାଲ ପିନ ମେଥଡ ଉପରେ ଏହା ଏକ ଅତିରିକ୍ତ ସୁରକ୍ଷା ସ୍ତର ପରି କାର୍ଯ୍ୟ କରିବ ଏବଂ କେବଳେ ଅଥରାଇଜ ବ୍ୟକ୍ତି ହିଁ ହ୍ବାଟ୍ସଆପକୁ ଅନ କରିପାରିବେ । ବର୍ତ୍ତମାନ, ଏହି ଫିଚର ଆଣ୍ଡ୍ରୋଏଡ୍ ବିଟା ର 2.23.17.5 ଭର୍ସନରେ କାମ କରୁଛି । ଆଗାମୀ ସମୟରେ କମ୍ପାନୀ ଏହାକୁ ସମସ୍ତଙ୍କ ପାଇଁ ରୋଲ ଆଉଟ୍ କରିପାରିବ ବୋଲି କୁହାଯାଉଛି ।