ହାଇଦ୍ରାବାଦ:ଏଣିକି ହ୍ବାଟ୍ସଆପ୍ରେ ୟୁଜର ନେମ୍ ଦେଇ ଖୋଲି ହେବ ଆକାଉଣ୍ଟ । ବର୍ତ୍ତମାନ ହ୍ବାଟ୍ସାଆପ୍ରେ ୟୁଜର ନେମ ସେଟ୍ କରିବା ଫିଚର ଉପରେ କାର୍ଯ୍ୟ ଜାରି ରହିଛି । ଯାହାଦ୍ବାରା ୟୁଜର୍ସ ୟୁନିକ୍ ନେମ୍ ସେଟ୍ କରିପାରିବେ । ବର୍ତ୍ତମାନ ଏହି ଫିଚର୍ ଡେଭଲପମେଣ୍ଟ ଫେଜ୍ରେ ରହିଥିବା ବେଳେ ଖୁବଶୀଘ୍ର ରୋଲଆଉଟ୍ ହେବ ବୋଲି ସୂଚନା ରହିଛି । ଏହି ଫିଚର ରୋଲଆଉଟ ହେବାପରେ ୟୁଜର୍ସ ଏକ୍ସପିରିୟନ୍ସ ଭଲ ରହିବ ବୋଲି ଆଶା କରାଯାଉଛି ।
ସେଟିଂରେ ମିଳିବ ଅପ୍ସନ:WABetaInfo ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ହ୍ବାଟ୍ସଆପ୍ ସେଟିଂ ଭିତରେ ୟୁଜର ନେମ୍ ଅପ୍ସନ ରଖିବା ପାଇଁ କାର୍ଯ୍ୟ ଜାରି ରଖିଛି । ୟୁଜର ଏହି ଫିଚରକୁ ହ୍ବାଟ୍ସଆପ୍ ସେଟିଂ ମେନ୍ୟୁ ଜରିଆରେ ଆକ୍ସେସ୍ କରିପାରିବେ । ପ୍ରୋଫାଇଲ ସେକ୍ସନ୍ରେ ଆକ୍ସେସ୍ କରିପାରିବେ ୟୁଜର୍ସ । ଏଣକି ନମ୍ବରରେ ୟୁଜର୍ସ ନେମ୍ ବଦଳରେ ଏକ ୟୁନିକ୍ ନେମ୍ ଦେଇ ହେବ । ଅନ୍ୟ ୟୁଜରମାନେ ମଧ୍ୟ ୟୁନିକ୍ ୟୁଜରନେମ୍ ବ୍ୟବହାର କରି ଅନ୍ୟ ସହ କଣ୍ଟାକ୍ଟ କରିପାରିବେ ।
ଭବିଷ୍ୟତରେ କାମରେ ଆସିବନି କଣ୍ଟାକ୍ଟ ନମ୍ବର:ରିପୋର୍ଟ ଅନୁସାରେ, ହ୍ବାଟ୍ସଆପ୍ ୟୁଜର୍ସ ଶୀଘ୍ର ବିନା ଫୋନ ନମ୍ବରରେ ୟୁଜରନେମ୍ ସାହାଯ୍ୟରେ ଅନ୍ୟ କାହା ସହିତ ଚାଟ କରିବାରେ ସକ୍ଷମ ହୋଇପାରିବେ । ହ୍ବାଟ୍ସଆପରେ ୟୁଜର ନେମ୍ କିଭଳି କାମ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଏହି ସୂଚନା ପରେ ହ୍ବାଟ୍ସଆପ୍ରେ ଚାଟ ସୁରକ୍ଷିତ ରହିବ କି ନାହିଁ ସେନେଇ ୟୁଜର୍ସଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିନ୍ତୁ ଏଣ୍ଡ୍ ଟୁ ଏଣ୍ଡ୍ ଏନସ୍କ୍ରିପସନରେ ସୁରକ୍ଷିତ ରହିବା ନେଇ ଆଶା କରାଯାଉଛି । ହ୍ବାଟ୍ସଆପରେ ୟୁଜର୍ସଙ୍କ ପ୍ରାଇଭେସି ଏବଂ ଡାଟା ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଥାଏ । ତେବେ ଏହି ଫିଚରକୁ ନେଇ ବର୍ତ୍ତମାନ ୟୁଜର୍ସ ନାନା ପ୍ରଶ୍ନବାଚୀ ଉଠାଇଛନ୍ତି । ତେବେ କହିରଖୁଛୁ କି, ଏହି ଫିଚର ବର୍ତ୍ତମାନ ଡେଭଲେପମେଣ୍ଟ୍ ଷ୍ଟେଜ୍ରେ ରହିଛି । କିନ୍ତୁ ଖୁବଶୀଘ୍ର ବିଟା ଟେଷ୍ଟରଙ୍କ ପାଇଁ ପ୍ରଥମେ ରୋଲଆଟ ହେବ ବୋଲି ସୂଚନା ମିଳିଛି ।