ଓଡିଶା

odisha

By

Published : Jun 9, 2023, 1:14 PM IST

ETV Bharat / science-and-technology

Whatsapp launched channel: ହ୍ବାଟ୍ସଆପ ଆଣିଲା ଚ୍ୟାନେଲ ଫିଚର, ଜାଣନ୍ତୁ କଣ ଏହାର ଫାଇଦା

ହ୍ବାଟ୍ସଆପ ଆଣିଲା ଚ୍ୟାନେଲ ଫିଚ ର। ଜାଣନ୍ତୁ ଏହା ଦ୍ବାରା କଣ ଫାଇଦା ପାଇବେ ୟୁଜର୍ସ

Whatsapp launched channel
Whatsapp launched channel

ହାଇଦ୍ରାବାଦ:ମେସେଜିଂ ଆପ ହ୍ବାଟ୍ସଆପ୍ ଦ୍ୱାରା ଏକ ନୂଆ ଫିଚର ଲଞ୍ଚ କରାଯାଇଛି । କମ୍ପାନୀ ଏହି ନୂତନ ଫିଚରକୁ ଚ୍ୟାନେଲ ଭାବରେ ନାମିତ କରିଛି । ହ୍ବାଟ୍ସଆପର ଏହି ଚ୍ୟାନେଲ ଫିଚର ଟେଲିଗ୍ରାମର ଫିଚର ସହ ସମାନ ହେବ । ଟେଲିଗ୍ରାମ ଫିଚର ଭଳି କାମ କରିବ । ହ୍ବାଟ୍ସଆପ ଚ୍ୟାନେଲ ଫିଚର ଏକ ବ୍ରଡକାଷ୍ଟ ଫିଚର ଅଟେ । ଏହାର ସାହାଯ୍ୟରେ ଉପଭୋକ୍ତା କିମ୍ବା ବଡ ସଂଗଠନ ଲୋକମାନଙ୍କୁ ସୂଚନା ପଠାଇବାରେ ସକ୍ଷମ ହେବେ । ଏହାର ଅର୍ଥ ୟୁଜର୍ସମାନେ ଖୁବଶୀଘ୍ର ଖବର ପାଇପାରିବେ ।

କମ୍ପାନୀ କହିଛି ଯେ ବର୍ତ୍ତମାନ ଏହି ଫିଚର କଲମ୍ବିଆ ଏବଂ ସିଙ୍ଗାପୁରରେ ଲଞ୍ଚ କରାଯାଉଛି କିନ୍ତୁ ଖୁବ୍ ଶୀଘ୍ର ଏହା ଭାରତୀୟ ୟୁଜର୍ସଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ । ହ୍ବାଟ୍ସଆପ୍ ଅନୁଯାୟୀ, ଆପଣ ଚ୍ୟାନେଲ ଫିଚର ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ଅପଡେଟ ପାଇପାରିବେ । ଏଥରେ ଫଲୋ ଅପସନ ମଧ୍ୟ ରହିବ ।

ଓ୍ବାନ ଓ୍ବେ କମ୍ୟୁନିକେସନ ହେବ: ଚ୍ୟାନେଲ ଫିଚର ବିଷୟରେ ସୂଚନା ପ୍ରଦାନ କରି ହ୍ବାଟ୍ସଆପ୍ କହିଛି ଯେ ଏହା ହେଉଛି ଏକ ଓ୍ବାନ ଓ୍ବେ କମ୍ୟୁନିକେସନ ହେବ । ଏହାର ସାହାଯ୍ୟରେ ଆଡମିନ ଶୀଘ୍ର ସେମାନଙ୍କ ଅନୁଗାମୀ ବା ଫୋଲର୍ସମାନଙ୍କୁ ମେସେଜ, ଫଟୋ, ଭିଡିଓ, ଷ୍ଟିକର ଏବଂ ପୋଲ୍ ପଠାଇବାକୁ ସକ୍ଷମ ହେବ । କେବଳ ଏତିକି ନୁହେଁ, ବର୍ତ୍ତମାନ ହ୍ବାଟ୍ସଆପ୍ ବ୍ୟବହାରକାରୀମାନେ ସେମାନଙ୍କର ପ୍ରିୟ ଚ୍ୟାନେଲକୁ ମେସେଜିଂ ପ୍ଲାଟଫର୍ମରେ ସର୍ଚ୍ଚ ମଧ୍ୟ କରିପାରିବେ ।

ଆଡମିନର ସୂଚନା ହାଇଡ ବା ଗୁପ୍ତ ରହିବ:ହ୍ବାଟ୍ସଆପ୍ କହିଛି ଯେ,"ଆମେ ଏହି ଫିଚରକୁ ବିଶ୍ୱର ସବୁଠାରୁ ପ୍ରାଇଭେଟ ବ୍ରଡକାଷ୍ଟ କରିବାକୁ ଚାହୁଁଛନ୍ତି । ଚ୍ୟାନେଲରେ ଆଡମିନ ଏବଂ ଅନୁସରଣକାରୀଙ୍କ ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଆଡମିନଙ୍କ ଫୋନ୍ ନମ୍ବର ଏବଂ ପ୍ରୋଫାଇଲକୁ ଅନୁଗାମୀମାନେ ମଧ୍ୟ ଦେଖିପାରିବେ ନାହିଁ । ଏହାର ସର୍ଭରରେ ଯେକୌଣସି ଚ୍ୟାନେଲର ହିଷ୍ଟିକୁ କେବଳ 30 ଦିନ ରଖିବ । ତେବେ ଯେକୌଣସି ବ୍ୟକ୍ତି ଏକ ଚ୍ୟାନେଲ୍ ତିଆରି କରିପାରିବେ ଏବଂ ତାଙ୍କୁ କିଏ ଫଲୋ ବା ଅନୁସରଣ କରିବା ଉଚିତ୍ ତାହା ଆଡମିନ ସ୍ଥିର କରିବେ।" ହ୍ବାଟ୍ସଆପ ୟୁଜର୍ସମାନଙ୍କ ପାଇଁ ଅନେକ ଫିଚର ଆଣୁଥିବା ବେଳେ ଏହି ଫିଚର ଆଗାମୀ ଦିନରେ ବେସ ସହାୟକ ହେବ ବୋଲି କୁହାଯାଉଛି ।

ପ୍ରକାଶଥାଉକି, ଗତକାଲି(ଗୁରୁବାର) ଆଉ ଏକ ଫିଚରକୁ ନେଇ ସୂଚନା ଦିଆଯାଇଥିଲା । ଏଣିକି ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରି ହେବ ହାଇ କ୍ବାଲିଟି ଫଟୋ । ଏହି ବିଟା ଅପଡେଟ୍ ବ୍ୟବହାରକାରୀଙ୍କୁ ଆଇଓଏସ୍ ଏବଂ ଆଣ୍ଡ୍ରଏଡରେ ହ୍ବାଟ୍ସଆପ୍ ମାଧ୍ୟମରେ ଉଚ୍ଚମାନର (HD) ଫଟୋ ସେୟାର କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ହ୍ବାଟ୍ସଆପରେ ଆସିବାକୁ ଯାଉଛି ଜବରଦସ୍ତ ଫିଚର, ଏଣିକି ସେୟାର କରିହେବ HD ଫଟୋ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details